ବିବାହ ପରେ ପ୍ରଥମ ଥର ସ୍ୱାମୀଙ୍କ ସହ ଗୋଟିଏ ସ୍କ୍ରିନ୍‌ରେ ନଜର ଆସିଲେ ନେହା କକ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଲିଉଡର ଲୋକପ୍ରିୟ ସିଙ୍ଗର୍‌ ନେହା କକ୍କର ନିଜର ପର୍ସନାଲ ଲାଇଫ୍‌ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ନେହା କିଛି ଦିନ ତଳେ ପଞ୍ଜାବୀ ସିଙ୍ଗର୍‌ ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନେହା ଏବଂ ରୋହନପ୍ରୀତଙ୍କ ବିବାହର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସେହିଭଳି ଉଭୟଙ୍କ ହନିମୁନ୍‌ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଧମାଲ୍‌ ମଚାଉଛି। ବର୍ତ୍ତମାନ ନେହା କକ୍କର ବିବାହ ପରେ ପ୍ରଥମ ଥର ସ୍କ୍ରିନ୍‌ ରେ ପତି ରୋହନପ୍ରୀତଙ୍କ ସହ ନଜର ଆସିବେ। ସୂଚନା ମୁତାବକ ନେହା ଏବଂ ରୋହନ ଦୁଇଜଣ କମେଡିଆନ୍‌ କିପଲ୍‌ ଶର୍ମାଙ୍କ କମେଡି ଶୋ’ ‘ଦ କପିଲ୍‌ ଶର୍ମା’ରେ ନଜର ଆସିବେ। ଯାହାର ପ୍ରଥମ ଝଲକ୍‌ ବର୍ତ୍ତମାନ ସାମ୍ନାକୁ ଆସି ସାରିଛି।

Neha-Kakkarବାସ୍ତବରେ କପିଲ୍‌ ଶର୍ମାଙ୍କ ଶୋ’ ପ୍ରସାରିତ କରୁଥିବା ସୋନି ଟିଭିର ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନେହା ଏବଂ ରୋହନପ୍ରୀତଙ୍କ ସହ ଏକ ଏପିସୋଡ୍‌ ର ଝଲକ୍‌ ସେୟାର କରାଯାଇଛି। ଏହି ଝଲକ୍‌ ରେ ଉଭୟଙ୍କୁ କପିଲ୍‌ ଶର୍ମା ନିଜ କମେଡିର ଯାଦୁରେ ହସାଇ ହସାଇ ବେଦମ୍‌ କରିଥିବାର ଦୃଶ୍ୟ ମଧ୍ୟ ଆପଣମାନେ ଦେଖିପାରିବେ।

ଏହି ଭିଡିଓରେ ରୋହନପ୍ରୀତ ଏବଂ ନେହା ପରସ୍ପରଙ୍କ ଭଲପାଇବାରେ ବୁଡି ରହିଥିବା ବେଳେ ଅନ୍ୟପଟେ କପିଲ୍‌ ଶର୍ମା ଖୁବ୍‌ ମସ୍ତି କରୁଥିବାର ନଜର ଆସିଛନ୍ତି। ସେହିଭଳି ଏହି ଶୋ’ର ସେଟ୍‌ ରେ ବିବାହର କିଛି ପରମ୍ପରାକୁ ନେଇ କରାଯାଇଥିବା ଭିଡିଓର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.