ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ପାଠକ ବାପା-ପୁଅଙ୍କୁ ମୁହାମୁହିଁ ଜେରା କରିବ ଭିଜିଲାନ୍ସ

ଭୁବନେଶ୍ବର: ଝାରପଡ଼ାରୁ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ ୧୦ ଘଣ୍ଟା ମାରାଥନ ଜେରା କରିଛି ଭିଜିଲାନ୍ସ। ୭ ଜଣିଆ ଟିମ୍‌ ବାପା-ପୁଅଙ୍କୁ ଅଲଗା ଅଲଗା ଜେରା କରିଛନ୍ତି । ଗତକାଲି ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜେରା କରିଥିଲା ଟିମ୍‌ । କେଉଁଠୁ ଏତେ ଟଙ୍କା ଆଣିଲେ ? ଆଉ କେଉଁଠି ଟଙ୍କା ଅଛି ? କେଉଁଠି କେଉଁଠି ଟଙ୍କା ବିନିଯୋଗ ହୋଇଛି ? ଏସମ୍ପର୍କରେ ଜେରା କରିଛି ଭିଜିଲାନ୍ସ ।

ଆଜି ବାପା ପୁଅଙ୍କୁ ମୁହାଁମୁହିଁ ଜେରା କରାଯିବ । ବାପା ପୁଅ ଯେଉଁ ତଥ୍ୟ ଦେଉଛନ୍ତି, ତାର ସତ୍ୟାସତ୍ୟ ଜାଣିବା ପାଇଁ ଏକ୍ସପର୍ଟ ମାନଙ୍କ ତଥ୍ୟ ଲୋଡା ଯାଉଛି । ଆୟ ବର୍ହିଭୁତ ସମ୍ପତ୍ତିର ଛାନଭିନ୍‌ କରୁଥିବା ବେଳେ ବାପ ପୁଅଙ୍କ ଠକେଇ, ଆର୍ଥିକ ଅପରାଧ ଦିଗର ତଦନ୍ତ ଇଡି, ଆୟକର ବିଭାଗ ଓ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.