ଭୁବନେଶ୍ୱର(କେନ୍ୟୁଜ୍): ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ୯ ଜିଲ୍ଲାର ଦାୟିତ୍ୱ ତାଙ୍କୁ ଦିଆଯାଇଥିବା କହିଛନ୍ତି ।
ଆଜି ଶଙ୍ଖ ଭବନରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସେ ଆଲୋଚନା କରିଥିଲେ । ଏହାପରେ ସୁଶାନ୍ତ ସିଂ କହିଛନ୍ତି, ମୁଁ ମନ୍ତ୍ରୀ ପଦ ପାଇଁ ଆଶାୟୀ ନଥିଲି । ଅସନ୍ତୁଷ୍ଟ ନୁହେଁ । ବିରୋଧୀ ଅପପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ପୂର୍ବରୁ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସୁଶାନ୍ତ ସିଂ ଆଲୋଚନା କରିଥିଲେ ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…