Below header

ସୁଶାନ୍ତ ସିଂଙ୍କ କାନ୍ଧରେ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ

୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ ।

ଭୁବନେଶ୍ୱର(କେନ୍ୟୁଜ୍): ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ୯ ଜିଲ୍ଲାର ଦାୟିତ୍ୱ ତାଙ୍କୁ ଦିଆଯାଇଥିବା କହିଛନ୍ତି ।

ଆଜି ଶଙ୍ଖ ଭବନରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସେ ଆଲୋଚନା କରିଥିଲେ । ଏହାପରେ ସୁଶାନ୍ତ ସିଂ କହିଛନ୍ତି, ମୁଁ ମନ୍ତ୍ରୀ ପଦ ପାଇଁ ଆଶାୟୀ ନଥିଲି । ଅସନ୍ତୁଷ୍ଟ ନୁହେଁ । ବିରୋଧୀ ଅପପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ପୂର୍ବରୁ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସୁଶାନ୍ତ ସିଂ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.