NTPC ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ବିଇ କିମ୍ବା ବିଟେକ କରିଥିଲେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । NTPC ରେ ଖାଲିପଡିଛି ପଦବୀ । ଆବେଦନ କରିବାର ଶେଷ ତାରିଖ ଜୁନ୍ ୨ ରହିଛି ।
ଚାକିରି ଖୋଜୁଛନ୍ତି ସୁବର୍ଣ୍ଣ ସୁଯୋଗ । ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡରେ ଚାକିରି ସୁଯୋଗ । ଏନଟିପିସିରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଖାଲିପଡିଥିବା ୩୦୦ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଇ ଆବେଦନ କରିପାରିବେ । ଏହାସହିତ ଏନଟିପିସିର କ୍ୟାରିଅର ପେଜ ntpc.co.in କୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ ।
ପଦବୀ ବିବରଣୀ : ୩୦୦
ଆସିଷ୍ଟାଣ୍ଟ ମ୍ୟାନେଜର
ଇଲେକ୍ଟ୍ରି ବିଭାଗ : ୧୨୦
ଇଂଜିନିୟରିଂ ବିଭାଗ: ୧୨୦
ଇଲେକ୍ଟ୍ରୋନିକ୍ସ/ଇନଷ୍ଟମେଣ୍ଟେସନ: ୬୦
ଜରୁରୀ ତାରିଖ : ଏନଟିପିସି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ କରିବାର ଶେଷ ତାରିଖ ଜୁନ ୨, ୨୦୨୩ ରହିଛି ।
ବୟସ ସୀମା : ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସସୀମା ସର୍ବାଧିକ ୩୫ ବର୍ଷ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛୁଟ୍ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ୬୦ ପ୍ରତିଶକ ମାର୍କ ସହିତ ଇଲେକ୍ଟ୍ରୋନିକ୍ସ/ଇନଷ୍ଟମେଣ୍ଟେସନରେ ବିଇ, ବିଟେକରେ ଡିଗ୍ରୀ କରିଥିବା ଜରୁରୀ ।
ଦରମା : ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ୬୦ ହଜାରରୁ ଆରମ୍ଭ କରି ୧,୮୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଆନ୍ତୁ ।
ଏଠାରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରର କରନ୍ତୁ । ସବୁକିଛି ବିବରଣୀ ଭରିବା ପରେ ଫର୍ମ ସବମିଟ୍ କରନ୍ତୁ ।
ଭବିଷ୍ୟ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://drive.google.com/file/d/1E6kaQySjr_UxXR9ODo3foKoHm36_KqVc/view