ନୂଆ ସଂସଦ ଭବନ ଉଦ୍‌ଘାଟନୀକୁ ବର୍ଜନ କରିବେ ୧୯ ବିରୋଧୀ ଦଳ, କହିଲେ ‘ସେଠି ଗଣତନ୍ତ୍ରର ଆତ୍ମା ନାହିଁ…’

ନୂଆ ସଂସଦ ଭବନ ଉଦ୍‌ଘାଟନୀକୁ ବର୍ଜନ କରିବେ ୧୯ ବିରୋଧୀ ଦଳ। କଂଗ୍ରେସ, ଆପ୍, ଶିବସେନା, ତୃଣମୂଳ କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ମେ’ ୨୮ରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବ ବର୍ଜନ କରିବେ।

କଂଗ୍ରେସ ସମେତ ୧୯ ବିରୋଧୀ ଦଳ ନୂଆ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ସମସ୍ତେ ଏକ ମିଳିତ ବୟାନ ଜାରି କରିଛନ୍ତି। ବୟାନରେ କୁହାଯାଇଛି ଯେ ଗଣତନ୍ତ୍ରର ଆତ୍ମାକୁ ସଂସଦରୁ ନିଷ୍କାସିତ କରି ଦିଆଯାଇଛି। ଆମେ ଏହି ବିଲ୍ଡିଂରେ କୌଣସି ମୂଲ୍ୟ ଦେଖିବାକୁ ପାଉନାହୁଁ। ଏଥିପାଇଁ ଆମେ ନୂଆ ସଂସଦ ଭବନର ଉଦ୍‌ଘାଟନୀକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏହି ନିରଙ୍କୁଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ବିରୋଧରେ ଲଢ଼େଇ ଜାରି ରଖିବୁ।

କହି ରଖୁଛୁ, ନୂଆ ସଂସଦ ଭବନ ଉଦ୍‌ଘାଟନୀକୁ ବର୍ଜନ କରିବେ ୧୯ ବିରୋଧୀ ଦଳ। କଂଗ୍ରେସ, ଆପ୍, ଶିବସେନା, ତୃଣମୂଳ କଂଗ୍ରେସ ସମେତ ୧୯ ଟି ବିରୋଧୀ ଦଳ ମେ’ ୨୮ରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବ ବର୍ଜନ କରିବେ। ଏ ନେଇ ଜାରି ମିଳିତ ବୟାନରେ କୁହାଯାଇଛି କି, ରାଷ୍ଟ୍ରପତିଙ୍କୁ ସାଇଡ୍‌ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନର ଉଦ୍‌ଘାଟନ କରାଯାଉଛି। ଏହା ରାଷ୍ଟ୍ରପତି ପଦ ପାଇଁ ଅପମାନ ସହ ଗଣତନ୍ତ୍ର ଉପରେ ଆକ୍ରମଣ। ତେଣୁ ଏହାର ଉଦ୍‌ଘାଟନୀ ଉତ୍ସବକୁ ଆମେ ବର୍ଜନ କରୁଛି।

ଅନ୍ୟ ପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସଂସଦ ଭବନ ଉଦ୍‌ଘାଟନ ଏକ ଐତିହାସିକ କାର୍ଯ୍ୟକ୍ରମ। ଏହା ରାଜନୀତିର ସମୟ ନୁହେଁ। ରାଜନୀତି ନ କରି ସାମିଲ ହେବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ପ୍ରତି ନୂତନ ସଂସଦ ଭବନ ସମର୍ପଣ କରିବେ। ଏହାକୁ ନିର୍ମାଣ କରିଥିବା ୬୦ ହଜାର ଶ୍ରମ ଜୀବୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତ କରିବେ।

ଏହା ସହ ନୂଆ ସଂସଦରେ ସିଙ୍ଗୋଲ ତଥା ରାଜଦଣ୍ଡର ସ୍ଥାପନ କରାଯିବ। ୧୯୪୭ ଅଗଷ୍ଟ ୧୪ରେ ବ୍ରିଟିଶଙ୍କ ଠାରୁ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଶାସନ ଭାର ନେବା ସମୟରେ ଏହାର ବ୍ୟବହାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.