ରାଉରକେଲା: ପୁଣି ମୋବାଇଲ ଟାୱାର ବସାଇବା ନାଁରେ ଠକେଇ। ମୋବାଇଲ ଟାୱାର ଠକେଇ ନେଇ ୫ଜଣଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ଜିଓ ମୋବାଇଲ ଟାୱାର ବସାଇବା ନାଁରେ ଏମାନେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ସେମାନଙ୍କ ଠାରୁ ଲାପ୍ଟପ, କଂପ୍ୟୁଟର, ମୋବାଇଲ, ସିମକାର୍ଡ, ଚେକ୍ ବୁକ ଓ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରିଛି ପୋଲିସ। ପୂର୍ବରୁ ମୟୂରଭଞ୍ଜ ଓ ଅନ୍ୟ କେତେ ଜିଲ୍ଲାରେ ମଧ୍ୟ ଏଭଳି ଠକେଇ ଅଭିଯୋଗ ଆସିଥିଲା। ପରେ କରଂଜିଆ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୋବାଇଲ୍ ଟାଓ୍ଵାର ବସାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଅନ୍ ଲାଇନରେ ଲୋକ ହଜାର ହଜାର ଟଙ୍କା ଡିପୋଜିଟ୍ କରିଥିଲେ। ମୋବାଇଲ ଟାୱାର ଫ୍ରଡ ମାମଲା ଖୋଳତାଡ଼ରୁ ବଡ଼ ଧରଣର ଜାଲ ନୋଟ ର୍ୟାକେଟର ପର୍ଦ୍ଦାଫାସ କରିଥିଲା ମୟୂରଭଞ୍ଜ ପୋଲିସ ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…