Below header

ପୁଣି ମୋବାଇଲ ଟାୱାର ବସାଇବା ନାଁରେ ଠକେଇ, ୫ଜଣଙ୍କୁ ଗିରଫ କଲା ରାଉରକେଲା ସାଇବର ପୋଲିସ

ରାଉରକେଲା: ପୁଣି ମୋବାଇଲ ଟାୱାର ବସାଇବା ନାଁରେ ଠକେଇ। ମୋବାଇଲ ଟାୱାର ଠକେଇ ନେଇ ୫ଜଣଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ଜିଓ ମୋବାଇଲ ଟାୱାର ବସାଇବା ନାଁରେ ଏମାନେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ସେମାନଙ୍କ ଠାରୁ ଲାପ୍‌ଟପ, କଂପ୍ୟୁଟର, ମୋବାଇଲ, ସିମକାର୍ଡ, ଚେକ୍‌ ବୁକ ଓ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରିଛି ପୋଲିସ। ପୂର୍ବରୁ ମୟୂରଭଞ୍ଜ ଓ ଅନ୍ୟ କେତେ ଜିଲ୍ଲାରେ ମଧ୍ୟ ଏଭଳି ଠକେଇ ଅଭିଯୋଗ ଆସିଥିଲା। ପରେ କରଂଜିଆ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୋବାଇଲ୍‌ ଟାଓ୍ଵାର ବସାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଅନ୍‌ ଲାଇନରେ ଲୋକ ହଜାର ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ମୋବାଇଲ ଟାୱାର ଫ୍ରଡ ମାମଲା ଖୋଳତାଡ଼ରୁ ବଡ଼ ଧରଣର ଜାଲ ନୋଟ ର‍୍ୟାକେଟର ପର୍ଦ୍ଦାଫାସ କରିଥିଲା ମୟୂରଭଞ୍ଜ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.