Below header

ଏଣିକି ଗାଁରେ ଘର କଲେ ବି ନେବାକୁ ପଡିବ ଅନୁମତି, ସରକାରଙ୍କ ନିୟମ ଅନୁସାରେ ନିର୍ମାଣ କରିବାକୁ ପଡ଼ିବ ଘର

ଏଣିକି ସହର ଭଳି ଗାଁରେ ଘରେ କଲେ ମଧ୍ୟ ନେବାକୁ ପଡିବ ଅନୁମତି। ସରକାରଙ୍କ ନିୟମ ଅନୁସାରେ ନିର୍ମାଣ କରିବାକୁ ପଡ଼ିବ ଘର। ୫ଶହ ବର୍ଗମିଟରରୁ ଅଧିକ ବା ୨ ମହଲା ଘର କଲେ ନେବାକୁ ପଡିବ ଅନୁମତି। ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ମାଗିବାକୁ ହେବ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେମାନେ ପ୍ରାଥମିକ ସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇବେ। ଚୂଡ଼ାନ୍ତ ମଞ୍ଜୁରୀ ପରେ ହିଁ ଘର କରିହେବ। ଠିକ୍‌ ପ୍ଲାନିଂ ସହ ଘର ନ କଲେ କାର୍ଯ୍ୟାନୁଷ୍ଠାନ ହେବ। ସଠିକ୍‌ ପ୍ଲାନ୍‌ରେ ଘର ନହେଲେ ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.