Categories: ରାଜ୍ୟ

ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବଲାଙ୍ଗିରରେ କୃଷି ଓ କୃଷକ ପ୍ରସଙ୍ଗରେ ବର୍ଷି ପାରନ୍ତି ମୋଦି

ବଲାଙ୍ଗିର(କେନ୍ୟୁଜ୍) : ଉପକୂଳ, ଉତ୍ତର ଓଡ଼ିଶା ପରେ ଏଥର ମୋଦିଙ୍କ ମିଶନ୍‌ ପଶ୍ଚିମ ଓଡ଼ିଶା। ୧୫ ତାରିଖରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ। ସରକାରୀ କାର‌୍ୟ୍ୟକ୍ରମ ସହ ଦଳୀୟ ସଭାରେ ଯୋଗଦେବେ । ଏଥର ମୋଦିଙ୍କ ଭାଷଣରେ କ’ଣ ରହିବ ? କୃଷି ଓ କୃଷକ ପ୍ରସଙ୍ଗରେ ବର୍ଷି ପାରନ୍ତି ମୋଦି । ପୂର୍ବରୁ ଖୋର୍ଦ୍ଧା ସମାବେଶରେ ମୋଦି ଉଠାଇଥିଲେ ଜଳସେଚନ ପ୍ରସଙ୍ଗ। କହିଥିଲେ, ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ଜମି ଜଳସେଚିତ ହୋଇପାରି ନାହିଁ। ଏମିତିବି ବଲାଙ୍ଗିରରେ ଲାଗି ରହିଛି ଜଳସେଚନ ସମସ୍ୟା । ଏଯାଏଁ କାର‌୍ୟ୍ୟକ୍ଷମ ହୋଇ ପାରିନି ଲୋୟର ସୁକତେଲ ପ୍ରକଳ୍ପ। ସେହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଉପରେ କହିିପାରନ୍ତି ମୋଦି। ଦାଦନ ସମସ୍ୟାରେ ବି ଜୁଝି ହେଉଛି ବଲାଙ୍ଗୀର ଜିଲ୍ଲା। ଏହାକୁ ଉଠାଇ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିପାରନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ-କୃଷି ସଂପର୍କ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କ’ଣ କହିବେ ନବୀନ ତା ଉପରେ ବି ରହିଛି ନଜର। କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ନେଇଛନ୍ତି ଅନେକ ପଦକ୍ଷେପ। ସ୍ୱତନ୍ତ୍ର କୃଷି ବଜେଟ୍‌, କୃଷି କ୍ୟାବିନେଟ୍‌ ଓ ମିଲେଟ୍‌ ମିଶନ୍‌ ଗଠନ ହୋଇଛି। ସେହିପରି ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆରମ୍ଭ ହୋଇଛି କାଳିଆ ଯୋଜନା। ଏଭିତରେ ଦିଲ୍ଲୀ ଦରବାରରେ ବିଜେଡି ଧାନ ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ବର୍ଷିଛି । ତେଣୁ ନବୀନଙ୍କ ଭାଷଣ ଉପରେ ରହିବ ନଜର ।

 

 

 

 

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 min ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

10 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

10 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

28 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago