Below header

ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବଲାଙ୍ଗିରରେ କୃଷି ଓ କୃଷକ ପ୍ରସଙ୍ଗରେ ବର୍ଷି ପାରନ୍ତି ମୋଦି

ବଲାଙ୍ଗିର(କେନ୍ୟୁଜ୍) : ଉପକୂଳ, ଉତ୍ତର ଓଡ଼ିଶା ପରେ ଏଥର ମୋଦିଙ୍କ ମିଶନ୍‌ ପଶ୍ଚିମ ଓଡ଼ିଶା। ୧୫ ତାରିଖରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ। ସରକାରୀ କାର‌୍ୟ୍ୟକ୍ରମ ସହ ଦଳୀୟ ସଭାରେ ଯୋଗଦେବେ । ଏଥର ମୋଦିଙ୍କ ଭାଷଣରେ କ’ଣ ରହିବ ? କୃଷି ଓ କୃଷକ ପ୍ରସଙ୍ଗରେ ବର୍ଷି ପାରନ୍ତି ମୋଦି । ପୂର୍ବରୁ ଖୋର୍ଦ୍ଧା ସମାବେଶରେ ମୋଦି ଉଠାଇଥିଲେ ଜଳସେଚନ ପ୍ରସଙ୍ଗ। କହିଥିଲେ, ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ଜମି ଜଳସେଚିତ ହୋଇପାରି ନାହିଁ। ଏମିତିବି ବଲାଙ୍ଗିରରେ ଲାଗି ରହିଛି ଜଳସେଚନ ସମସ୍ୟା । ଏଯାଏଁ କାର‌୍ୟ୍ୟକ୍ଷମ ହୋଇ ପାରିନି ଲୋୟର ସୁକତେଲ ପ୍ରକଳ୍ପ। ସେହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଉପରେ କହିିପାରନ୍ତି ମୋଦି। ଦାଦନ ସମସ୍ୟାରେ ବି ଜୁଝି ହେଉଛି ବଲାଙ୍ଗୀର ଜିଲ୍ଲା। ଏହାକୁ ଉଠାଇ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିପାରନ୍ତି ପ୍ରଧାନମନ୍ତ୍ରୀ ।

navenସେପଟେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ-କୃଷି ସଂପର୍କ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କ’ଣ କହିବେ ନବୀନ ତା ଉପରେ ବି ରହିଛି ନଜର। କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ନେଇଛନ୍ତି ଅନେକ ପଦକ୍ଷେପ। ସ୍ୱତନ୍ତ୍ର କୃଷି ବଜେଟ୍‌, କୃଷି କ୍ୟାବିନେଟ୍‌ ଓ ମିଲେଟ୍‌ ମିଶନ୍‌ ଗଠନ ହୋଇଛି। ସେହିପରି ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆରମ୍ଭ ହୋଇଛି କାଳିଆ ଯୋଜନା। ଏଭିତରେ ଦିଲ୍ଲୀ ଦରବାରରେ ବିଜେଡି ଧାନ ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ବର୍ଷିଛି । ତେଣୁ ନବୀନଙ୍କ ଭାଷଣ ଉପରେ ରହିବ ନଜର ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.