ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନ , ଗୋପପୁରରେ ଜମୁଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା

ବରଗଡ଼(କେନ୍ୟୁଜ୍) : ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଆଜି ଧନୁଯାତ୍ରାର ଚତୁର୍ଥ ଦିନ । ଆଜି ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସପ୍ରେରିତ ପୁତନା ଓ ରାକ୍ଷାସଙ୍କ କୃଷ୍ଣ ହାତରେ ବଦ୍ଧ ଆଦି ଅନୁଷ୍ଠିତ ହେବ । ରାକ୍ଷାସ-ରାକ୍ଷସୀଙ୍କ ବିଜୟ ଆଶାରେ ଉତ୍‌ଫୁଲିତ ହୋଇ ନାଚଗୀତରେ ମସଗୁଲ ହୋଇପଡ଼ିବ ମଥୁରା ନଗରୀ । ହେଲେ ରାକ୍ଷାସଗଣଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି । ସେହିପରି କଂସଙ୍କ ଦ୍ୱାରା ମୁକେଶ୍ୱର ବାବାଙ୍କ ରୁଦ୍ରାଭିଷେକ କାର‌୍ୟ୍ୟକ୍ରମ ରହିଛି । ଏହାପୂର୍ବରୁ ଗତକାଲି ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ବଧ କରିବା ପାଇଁ ପୁତନାକୁ ଗୋପପୁର ପ୍ରେରଣ ଦୃଶ୍ୟ ମଞ୍ଚସ୍ଥ ହୋଇଛି । ମହାରାଜ କଂସଙ୍କ ନଗର ଭ୍ରମଣର ଦୃଶ୍ୟ ବେଶ ମନୋରମ ଥିଲା । ଅନ୍ୟପଟେ ଗୋପରେ ବଢୁଛି କଳାକହ୍ନେଇ । କୃଷ୍ଣମୟ ହୋଇଉଠୁଛି ଗୋପପୁର ।

Leave A Reply

Your email address will not be published.