ଆଜିଠୁ ପ୍ରୟାଗରେ କୁମ୍ଭ ମେଳା , ସଙ୍ଗମସ୍ଥଳରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କେନ୍ୟୁଜ୍ : ଆଜିଠୁ ପ୍ରୟାଗରେ କୁମ୍ଭ ମେଳା । ପ୍ରଥମ ସାହି ସ୍ନାନ ପାଇଁ ସାଧୁସନ୍ଥଙ୍କ ଭିଡ ଜମିଛି । ଏହି ବିଶାଳ ଆଧ୍ୟାତ୍ମିକ ମହାମେଳାରେ ଯୋଗଦେବା ପାଇଁ ଭାରତର ବିଭିନ୍ନ କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ସେହିପରି ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ୫୦ ଦିନ ଧରି ଚାଲିବାକୁ ଥିବା ଏହି ଧାର୍ମିକ ମହାମେଳାରେ ଯୋଗଦେଇ ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ ।
ଚଳିତ ବର୍ଷ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପର୍ୟ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଚାଲ୍ କୁମ୍ଭ ଚାଲ୍ର ସ୍ଲୋଗାନ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଲୋଗ ଉନ୍ମୋଚିତ ହୋଇଛି । ମେଳା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୫୦ଟି ଟ୍ରେନ୍ ଚାଲୁଛି । ସେହିପରି ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୟୁପି ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶହ ଶହ ସିସିଟିଭି ଲଗାଯିବା ସହ ଶହ ଶହ ଓ୍ଵାଚ୍ ଟାଓ୍ଵାର ଲଗାଯାଇଛି ।