ମାଲକାନଗିରି: ଫେରିଲେ ବାନର । କିଛି ଦିନ ହେଲା ଟାପୁରେ ଫସି ରହିଥିବା ମାଙ୍କଡମାନେ ଶେଷରେ ଫେରିଛନ୍ତି । ସେମାନଙ୍କ ପାଇଁ ବନ୍ଧରେ ତିଆରି ହୋଇଥିବା ବାଉଁଶ ପୋଲରେ ଫେରିଥିବା ଦେଖିବାକୁ ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧ୍ବାରେ ଏକ ବନ୍ଧ ମଧ୍ୟରେ ମାଙ୍କଡ଼ ଫସି ରହିଥିଲେ। ବନ୍ଧରେ ଜଳସ୍ତର ଅଧିକ ରହିଥିବାରୁ ଶତାଧିକ ମାଙ୍କଡ ଦୁଧବା ବନ୍ଧ ନିକଟ ପାହାଡ଼ରେ ଫସି ରହିଥିଲେ। ଖାଇବାକୁ ନପାଇ ଋଗଣ ହୋଇପଡ଼ିବା ପରେ ଏହା ସ୍ଥାନୀୟ ବାସିନ୍ଦାଙ୍କ ନଜରକୁ ଆସିଥିଲା। ପରେ ସେମାନେ ଜିଲ୍ଲା ପ୍ରଶାସନକୁ ଏବାବଦରେ ଜଣାଇଥିଲେ । ଆଉ ମାଙ୍କଡ଼ଙ୍କ ଉଦ୍ଧାର ପାଇଁ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ । ମାଙ୍କଡ଼ଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବନ୍ଧରେ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। କାଙ୍କେର ଜିଲ୍ଲା ପ୍ରଶାସନ ଡଙ୍ଗା ସହାୟତାରେ ଫଳମୂଳ ନେଇ ମାଙ୍କଡ଼ଙ୍କ ନିକଟରେ ପହଞ୍ଚାଇଥିଲା । ବନବିଭାଗ ମଧ୍ୟ ସହାୟତାର ହାତ ବଢ଼ାଇଛି । ଆଉ ଫଳମୂଳ ଖାଇବା ପରେ ମାଙ୍କଡ଼ମାନେ ଏବେ ସୁସ୍ଥ ଅଛନ୍ତି । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…