ମାଲକାନଗିରି: ବନ୍ଧରେ ତିଆରି ହୋଇଥିବା ବାଉଁଶ ପୋଲ ଦେଇ ଫେରିଲେ ଫସିରହିଥିବା ଶତାଧିକ ବାନର

ମାଲକାନଗିରି: ଫେରିଲେ ବାନର । କିଛି ଦିନ ହେଲା ଟାପୁରେ ଫସି ରହିଥିବା ମାଙ୍କଡମାନେ ଶେଷରେ ଫେରିଛନ୍ତି । ସେମାନଙ୍କ ପାଇଁ ବନ୍ଧରେ ତିଆରି ହୋଇଥିବା ବାଉଁଶ ପୋଲରେ ଫେରିଥିବା ଦେଖିବାକୁ ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧ୍‌ବାରେ ଏକ ବନ୍ଧ ମଧ୍ୟରେ ମାଙ୍କଡ଼ ଫସି ରହିଥିଲେ। ବନ୍ଧରେ ଜଳସ୍ତର ଅଧିକ ରହିଥିବାରୁ ଶତାଧିକ ମାଙ୍କଡ ଦୁଧବା ବନ୍ଧ ନିକଟ ପାହାଡ଼ରେ ଫସି ରହିଥିଲେ। ଖାଇବାକୁ ନପାଇ ଋଗଣ ହୋଇପଡ଼ିବା ପରେ ଏହା ସ୍ଥାନୀୟ ବାସିନ୍ଦାଙ୍କ ନଜରକୁ ଆସିଥିଲା। ପରେ ସେମାନେ ଜିଲ୍ଲା ପ୍ରଶାସନକୁ ଏବାବଦରେ ଜଣାଇଥିଲେ । ଆଉ ମାଙ୍କଡ଼ଙ୍କ ଉଦ୍ଧାର ପାଇଁ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ । ମାଙ୍କଡ଼ଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବନ୍ଧରେ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। କାଙ୍କେର ଜିଲ୍ଲା ପ୍ରଶାସନ ଡଙ୍ଗା ସହାୟତାରେ ଫଳମୂଳ ନେଇ ମାଙ୍କଡ଼ଙ୍କ ନିକଟରେ ପହଞ୍ଚାଇଥିଲା । ବନବିଭାଗ ମଧ୍ୟ ସହାୟତାର ହାତ ବଢ଼ାଇଛି । ଆଉ ଫଳମୂଳ ଖାଇବା ପରେ ମାଙ୍କଡ଼ମାନେ ଏବେ ସୁସ୍ଥ ଅଛନ୍ତି । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.