Below header

ଗଞ୍ଜାମ: ଜଗନ୍ନାଥପ୍ରସାଦ ପଟାଧାର ଗାଁରେ ହତ୍ୟାକାଣ୍ଡ, ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ : ପୋଛିଦେଲି ମଥା ସିନ୍ଦୁର। ଭାଇ ସହ ମିଶି ସ୍ୱାମୀକୁ ହତ୍ୟା। ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ସ୍ତ୍ରୀ ଓ ଶଳା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଟୁଲୁ ପ୍ରଧାନ। ଅଭିଯୋଗ ଅନୁଯାୟୀ ଟୁଲୁ ପ୍ରଧାନ ଭୁବନେଶ୍ୱରରେ ରହି ଅଟୋ ଚଳାଉଥିଲେ। ସ୍ତ୍ରୀ ପଟାଧାର ଗାଁରେ ବାପ ଘରେ ରହୁଥିବାବେଳେ ଗତକାଲି ରାତିରେ ଟୁଲୁ ଶ୍ୱଶୁର ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ନିଜ ଭାଇଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରି ଏକ ଅଖାରେ ବାନ୍ଧି ବାଡିପଟେ ଫିଙ୍ଗି ଦେଇଥିଲେ। ଆତ୍ମସମର୍ପଣ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.