ରାଜ୍ୟ

ପାରଦ ୪୫ ଡିଗ୍ରୀ ମୁହାଁ, ହନ୍ତସନ୍ତ କରୁଛି ଗୁଳୁଗୁଳି: ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌

ଭୁବନେଶ୍ବର(କେନ୍ୟୁଜ୍‌): ତାତିରୁ ମିଳୁନି ନିସ୍ତାର। ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ମୁହାଁ । ଗୁଳୁଗୁଳି ବି ନୟାନ୍ତ କରୁଛି। ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି। ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌।

ଗତକାଲି ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ କରିଥିଲା। ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁୟାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ।

୧୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା କମ୍‌। IMD ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁଯାୟୀ, ୩ରୁ ୯ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ୧୦ରୁ ୧୬ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ।

Sonalisa

Recent Posts

ଓଲଟିଲା ପାନବୋଝେଇ ପିକଅପ୍ , ୨ ମୃତ

କାକଟପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ଓଲଟିଲା ପାନବୋଝେଇ ପିକଅପ୍ , ୨ ମୃତ ।  କାକଟପୁର ଜଗନ୍ନାଥପୁରଠାରେ…

32 seconds ago

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର…

18 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

8 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

9 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

9 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

11 hours ago