ରାଜ୍ୟ

ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ସ୍ଥିତି, ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି । ଚଳିତ ମୌସୁମୀ ଋତୁରେ ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୩୯୪.୧ ମିଲିମିଟର ତୁଳନାରେ ୧୬ ପ୍ରତିଶତ କମ୍‌ ।

ମାଇନସ୍‌ ୧୯ରୁ ପ୍ଲସ ୧୯ ଭିତରେ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ । ଜୁନ୍‌ ୧ରୁ ଆଜି ସୁଦ୍ଧା ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ୧୩ ଜିଲ୍ଲାରେ ନିଅଣ୍ଟିଆ ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ । ଆଗକୁ ଆସୁଛି ବଡ଼ ବର୍ଷା । ୨୧ ଓ ୨୨ ତାରିଖରେ ଓଡ଼ିଶା ଓ ଛତିଶଗଡ଼ରେ ମୂଷଳଧାରାରେ ବର୍ଷା ହୋଇପାରେ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଦୁଇ ରାଜ୍ୟକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ଯାଏ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ରୁ ୨୨ ତାରିଖ ଯାଏ  ବର୍ଷା ତଥା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

Sonalisa

Recent Posts

ନୟାଗଡ଼ : ନଦୀରେ ବୁଡି ଭାଇ ଭଉଣୀ ମୃତ

ନୟାଗଡ଼ (କେନ୍ୟୁଜ): ଅଘଟଣ। ନଦୀରେ ବୁଡି ଭାଇ ଭଉଣୀ ମୃତ ।  ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡା ଗାଁରେ…

8 mins ago

ରାଜ୍ୟରେ ଚାଲୁ ରହିଛି ବିଏସକେୱାଇ , ସ୍ପଷ୍ଟୀକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ…

53 mins ago

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ

ସୋର (କେନ୍ୟୁଜ): ଆଜି ସାବିତ୍ରୀ ବ୍ରତ । ଝିଅ ଘରକୁ ଭାର ଦେବାକୁ ଯାଇଥିଲେ। ହେଲେ ଫେରିଲା ବେଳେ ଦୁର୍ଘଟଣାରେ…

1 hour ago

BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ ଚିକିତ୍ସା ଜାରି ରହୁ, ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖୁ ପ୍ରଶାସନ: ମନମୋହନ

ଭୁବନେଶ୍ୱର (କେନ୍ୟୁଜ): BSKY ଯୋଜନା ଦ୍ବନ୍ଦ୍ବ ନେଇ ବାକଯୁଦ୍ଧ ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଆଉ ଚିକିତ୍ସା ମିଳିବ…

1 hour ago

କମାଲ ଦେଖାଇଲା ପୋଲିସ, ଆନ୍ତଃ ରାଜ୍ୟ ଡକାୟତ ଦଳଙ୍କୁ କଲା ଗିରଫ

ରାୟଗଡା (କେନ୍ୟୁଜ): ଦିନକୁ ଦିନ ବଢ଼ି ଚାଲିଛି ଲୁଟ୍‌ ଓ ଡକାୟତି ମାମଲା । ଡକାୟତମାନେ ଲୁଟ କରିବା ପାଇଁ…

2 hours ago

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ଭୁବନେଶ୍ୱରରେ ସାମାନ୍ୟ ବଢିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

2 hours ago