ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ସ୍ଥିତି, ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ

ସ୍ୱାଭାବିକ ହେଲା ରାଜ୍ୟରେ ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି ।

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି । ଚଳିତ ମୌସୁମୀ ଋତୁରେ ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୩୯୪.୧ ମିଲିମିଟର ତୁଳନାରେ ୧୬ ପ୍ରତିଶତ କମ୍‌ ।

ମାଇନସ୍‌ ୧୯ରୁ ପ୍ଲସ ୧୯ ଭିତରେ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ । ଜୁନ୍‌ ୧ରୁ ଆଜି ସୁଦ୍ଧା ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ୧୩ ଜିଲ୍ଲାରେ ନିଅଣ୍ଟିଆ ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ । ଆଗକୁ ଆସୁଛି ବଡ଼ ବର୍ଷା । ୨୧ ଓ ୨୨ ତାରିଖରେ ଓଡ଼ିଶା ଓ ଛତିଶଗଡ଼ରେ ମୂଷଳଧାରାରେ ବର୍ଷା ହୋଇପାରେ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଦୁଇ ରାଜ୍ୟକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ଯାଏ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ରୁ ୨୨ ତାରିଖ ଯାଏ  ବର୍ଷା ତଥା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.