କୁନୋ ଜାତୀୟ ଉଦ୍ୟାନରେ ୩ ଚିତାବାଘଙ୍କ ବେକରେ ମିଳିଲା ଗଭୀର କ୍ଷତ, ଚିକିତ୍ସା ଆରମ୍ଭ; ଆଫ୍ରିକାରୁ ଆସିବେ ବିଶେଷଜ୍ଞ

ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଚିତାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେଥି ମଧ୍ୟରୁ ୩ ଚିତାବାଘଙ୍କ ବେକରେ ଗଭୀର କ୍ଷତ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚିତାମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି।

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚାରି ଦିନ ମଧ୍ୟରେ ସଂକ୍ରମଣ ହେତୁ ୨ ଚିତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ କୁନୋ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଏଠାରେ ଚିତାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେଥି ମଧ୍ୟରୁ ୩ ଚିତାବାଘଙ୍କ ବେକରେ ଗଭୀର କ୍ଷତ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚିତାମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି।

କୁହାଯାଉଛି ଯେ ଏହି ୩ ଚିତାବାଘ ଖୋଲାରେ ବୁଲୁଥିଲେ। ସେଥି ମଧ୍ୟରୁ ଚିତା ପୱନ (ପୂର୍ବ ନାମ ଓବାନ୍)କୁ ଧରି ବେହୋସ୍‌ କରାଯିବା ପରେ ତା’ ବେକରେ ଥିବା କଲର ଆଇଡିକୁ ଯେତେବେଳେ ହଟାଯାଇଥିଲା, ସେହି ସ୍ଥାନରେ ଗଭୀର କ୍ଷତ ଦେଖିବାକୁ ମିଳିଥିଲା। ଏହି ଘା’ରେ ପୋକ ସାଲୁବାଲୁ ହେଉଥିଲେ। ଏହାପରେ ପୱନର ତୁରନ୍ତ ଚିକିତ୍ସା ଆରମ୍ଭ କରି ଦିଆଯାଇଛି।

କୁନୋ ପାର୍କରେ ବର୍ତ୍ତମାନ ୪ ଡାକ୍ତର ଉପସ୍ଥିତ ଅଛନ୍ତି। ସେମାନଙ୍କ ବ୍ୟତୀତ ଆହୁରି ୪ ଜଣ ଡାକ୍ତରଙ୍କୁ ଭୋପାଳ ଓ ଗ୍ୱାଲିଅରରୁ ଡକାଯାଇଛି। ୨ଟି ଡାକ୍ତରୀ ଟିମ୍‌ ଚିତାମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଔଷଧ ଇଞ୍ଜେକ୍ସନ ଦେବେ।

ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାରୁ ମଧ୍ୟ ବିଶେଷଜ୍ଞମାନଙ୍କୁ ଡକାଯାଉଛି। ଚିତାଙ୍କର କ୍ରମାଗତ ମୃତ୍ୟୁ ଯୋଗୁ କୁନୋ କର୍ତ୍ତୃପକ୍ଷ ଚିନ୍ତିତ ରହିଛନ୍ତି। ଏଭଳି ପରିସ୍ଥିତିରେ ଚିତାମାନଙ୍କର ଯାଞ୍ଚ ଆରମ୍ଭ କରି ଦିଆଯାଇଛି। କହି ରଖୁଛୁ, କୁନୋରେ ମୋଟ ୨୦ ବୟସ୍କ ଚିତାଙ୍କ ମଧ୍ୟରୁ ୫ ଚିତାଙ୍କ ମୃତ୍ୟୁ ପରେ ଏବେ ୧୫ଟି ଚିତା ଅଛନ୍ତି। ସେଥି ମଧ୍ୟରୁ ୧୧ଟି ଖୋଲା ଜଙ୍ଗଲରେ ଏବଂ ୪ଟି ଏନକ୍ଲୋଜରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.