ଆମ୍ବ ଖାଇ ମହିଳାଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ହେଲା ଖୁଲାସା

ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କର ଆମ୍ବ ଖାଇବା ଦ୍ୱାରା ମୃତ୍ୟୁ ହୋଇଥିଲା । ପୋଲିସ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ଆମ୍ବ ସମସ୍ତଙ୍କର ବହୁତ ପସନ୍ଦ ଥାଏ । ଏହାକୁ ଖାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଖୁବ ଆଗ୍ରହ ଦେଖାଯାଏ । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ପୋଷକ ତତ୍ୱ ଥାଏ । ତେବେ ଏହି ଆମ୍ବ ଖାଇ ଜଣଙ୍କର ମୃତ୍ୟୁ ହୋଇଛି । ଏକଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି ଅଭାବନୀୟ ଘଟଣା ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କ ସହ ହୋଇଛି । ମହିଳା ଜଣଙ୍କ ଆମ୍ବ ଖାଇବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ରାଜେନ୍ଦ୍ର ନଗର ଥାନା ଅଧିନସ୍ଥ ବିଜଲପୁରରେ ରହୁଥିବା ଜଣେ ମହିଳାଙ୍କର ଆମ୍ବ ଖାଇବା ଦ୍ୱାରା ମୃତ୍ୟୁ ହୋଇଥିଲା । ପୋଲିସ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଫୋରେନ୍ସିକ ଟିମକୁ ଆମ୍ବରେ ବିଷର ଅଂଶ ମିଳିଛି । ତେବେ ଏହାକୁ ନେଇ ଅଧିକ ଯାଞ୍ଚ କରାଯାଉଛି । ତେବେ କଣ ସତରେ ଆମ୍ବ ଖାଇବା ଦ୍ୱାରା କାହାର ବି ମୃତ୍ୟୁ ହୋଇପାରେ ? ଆପଣଙ୍କ ମନରେ ନିଶ୍ଚିତ ଭାବେ ଏଭଳି ପ୍ରଶ୍ନ ଉଠୁଥିବ । ତେବେ ଆସନ୍ତୁ ଜାଣିବା ଏପରି ଅଭାବନୀୟ ଘଟଣା କାହିଁକି ହେଲା ।

ବର୍ତ୍ତମାନ ଆମ୍ବ ପାଚିବା ପାଇଁ ଏକ କେମିକାଲର ବ୍ୟବହାର କରାଯାଉଛି । ଆମ୍ବରେ ଫାଇବର, ଭିଟାମିନ ସି, ଭିଟାମିନ ଏ ଏବଂ ଅନ୍ୟ ପୋଷକ ତତ୍ୱ ମିଳିଥାଏ, ଯାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଆମ୍ବର ବିକ୍ରି ବଢ଼ାଇବା ପାଇଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏହାକୁ ଅପ୍ରାକୃତିକ ଭାବେ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ବିଷାକ୍ତ କେମିକାଲକୁ ବ୍ୟବହାର କରାଯାଉଛି, ଯାହା ଦ୍ୱାରା ମଣିଷ ଶରୀରରେ ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ । କେମିକାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆମ୍ବ ବିଷାକ୍ତ ହୋଇପାରେ ।

କେମିକାଲ ଦ୍ୱାରା ପ୍ରସ୍ତୁତ କରାଗଲେ ଆମ୍ବର ରଙ୍ଗ, ଆକାର ଏବଂ ସ୍ୱାଦ ପରିବର୍ତ୍ତନ ହୋଇଯାଏ । ଆର୍ଟିଫିସିଆଲ ଆମ୍ବ, ନେଚୁରାଲ ଲାଗିଥାଏ କିନ୍ତୁ ଏଥିରେ ପୋଷକ ତତ୍ୱର ଅଭାବ ଥାଏ । ଏହା ସହିତ ଏଥିରେ ସାଇଡ ଇଫେକ୍ଟସକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । FSSAI କହିଛି ଯେ କଳା ଚିହ୍ନ ଥିବା ଆମ୍ବକୁ ଆପଣ କିଣନ୍ତୁ ନାହିଁ କାରଣ ଏହି ଆମ୍ବରେ କ୍ୟାଲସିୟମ କାର୍ବାଇଡରୁ ଉତ୍ପନ୍ନ ଏସିଟିଲିନ ଗ୍ୟାସ ଥାଇପାରେ । ଆପଣ କୌଣସି ଫଳ ଖାଇବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇ ନିଅନ୍ତୁ । FSSAI ଅନୁସାରେ ଯେଉଁ ଆମ୍ବରେ କଳା ଦାଗ ଥାଏ, ତାହା କେମିକାଲରେ ପ୍ରସ୍ତୁତ ହୋଇଥାଏ । ଏହି ଆମ୍ବ ଖାଇବା ଦ୍ୱାରା ମଣିଷ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ଏପରିକି ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.