Below header

କ୍ରିମିଆ ବ୍ରିଜ୍ ଉପରେ ଆକ୍ରମଣର ୨୪ ଘଣ୍ଟା ଭିତରେ ଓଡେଶା ଉପରେ ଆକ୍ରମଣ କଲା ରୁଷ

ୟୁକ୍ରେନର ଦକ୍ଷିଣ ଓ ପୂର୍ବରେ ଜୋରଦାର ହମଲା କରିଛି ରୁଷ୍‌ ସେନା । ସାରା ରାତି ଡ୍ରୋନ ଓ ବାଲିଷ୍ଟିକ ମିସାଇଲରେ ଆକ୍ରମଣ କରିଛି । ଓଡେଶା, ମିକୋଲେଭ, ଡୋନେସ୍କ, ଖେରସନ ଓ ଜାପୋରଝିଆରେ ରାତି ତମାମ ଶୁଭିଲା ଏୟାର ରେଡ ସାଇରନ ।

କେନ୍ୟୁଜ୍(ବ୍ୟୁରୋ): ବଦଲା ନେଲା ରୁଷ । କ୍ରିମିଆ ବ୍ରିଜ୍ ଉପରେ ଆକ୍ରମଣର ୨୪ ଘଣ୍ଟା ଭିତରେ ଓଡେଶା ଉପରେ ଆକ୍ରମଣ । ୟୁକ୍ରେନର ଦକ୍ଷିଣ ଓ ପୂର୍ବରେ ଜୋରଦାର ହମଲା କରିଛି ରୁଷ ସେନା । ସାରା ରାତି ଡ୍ରୋନ ଓ ବାଲିଷ୍ଟିକ ମିସାଇଲରେ ଆକ୍ରମଣ କରିଛି । ଓଡେଶା, ମିକୋଲେଭ, ଡୋନେସ୍କ, ଖେରସନ ଓ ଜାପୋରଝିଆରେ ରାତି ତମାମ ଶୁଭିଲା ଏୟାର ରେଡ ସାଇରନ ।

ଲୋକମାନଙ୍କୁ ସେଲଟର ହୋମରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି । ଓଡେଶା ପୋର୍ଟକୁ ଟାର୍ଗେଟ କରି ହୋଇଛି ମିସାଇଲ ମାଡ଼ । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ବହୁ ଆକ୍ରମଣକୁ ପ୍ରତିହିତ କରିଛି ।

କ୍ରିମିଆ ବ୍ରିଜ୍ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। କ୍ରିମିଆ ଦୀପପୁଞ୍ଜ ଓ ରୁଷକୁ ସଂଯୋଗ କରୁଥିବା କ୍ରିମିଆ ବ୍ରିଜ ଉପରକୁ ହୋଇଥିଲା ଡ୍ରୋନ ଆକ୍ରମଣ । ଏହି ବ୍ରିଜ ୟୁକ୍ରେନରେ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହା ହେଉଛି ୟୁରୋପର ସବୁଠାରୁ ବଡ଼ ଏବଂ ପୁଟିନଙ୍କ ଦ୍ୱାରା ପରିଚାଳିତ ଏକ କମ୍ପାନୀ ଏହାକୁ ତିଆରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.