ରାଜ୍ୟ

ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି: ଫୁଲୁଛି ନଦୀ ଓ ଡ଼୍ୟାମ୍, ପାଣିରେ ବୁଡି ରହିଛି ରାସ୍ତା ଘାଟ ସହିତ ଚାଷ ଜମି

ଭଞ୍ଜନଗର(କେନ୍ୟୁଜ୍): ଗତ ରବିବାର ଠାରୁ ଗଂଜାମ ଜିଲ୍ଲାର ଭଞ୍ଜନଗର ,ଜଗନ୍ନାଥପ୍ରସାଦ, ଆସିକା , ବୁଗୁଡ଼ା , ପୋଲସରା , ବେଲଗୁଣ୍ଠା ଓ କବିସୂର୍ଯ୍ୟନଗର ବ୍ଳକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ଚାଷଜମି ଓ କେତେକ ଗାଁ ରେ ବର୍ଷାଜଳ ପ୍ରବାହିତ କରିବା ଆରମ୍ଭ ହୋଇଛି । ସେହିଭଳି କିଛି ନଦୀ ଓ ଡ଼୍ୟାମରେ ମଧ୍ୟ ବର୍ଷାଜଳ ଫୁଲିବା ଆରମ୍ଭ କରିଛି ।

ଗତ ଦିନରେ ଭଂଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅନୁକୂଳ ପାଇଁ ଓ ବର୍ଷା ଅଭାବ ଯୋଗୁଁ ଧାନ ତଳି ବୁଣା କାର୍ଯ୍ୟ ବିଳମ୍ବ ହୋଇଥିଲା । ଏବେ ଧାନତଳି ଛୋଟ ଛୋଟ ହୋଇଥିବାରୁ ବିଲରେ ରୋଇବା ଯୋଗ୍ୟ ହୋଇନାହିଁ । ଅପର ପକ୍ଷରେ ଯଦି ଲଗାଣ ବର୍ଷା ଜାରି ରହେ କିମ୍ବା କ୍ଷେତରୁ ବର୍ଷା ଜଳ ନିଷ୍କାସନ ହୋଇନପାରେ ତେବେ ଧାନତଳି ପଚିଯିବାର ଆଶଙ୍କା ବି ରହିଛି । ଏନେଇ ଭଂଜନଗର ଅଂଚଳରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭଞ୍ଜନଗର ରିପୋର୍ଟର ।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

12 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

12 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

16 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

39 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

47 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

53 mins ago