ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି: ଫୁଲୁଛି ନଦୀ ଓ ଡ଼୍ୟାମ୍, ପାଣିରେ ବୁଡି ରହିଛି ରାସ୍ତା ଘାଟ ସହିତ ଚାଷ ଜମି

ଭଞ୍ଜନଗର(କେନ୍ୟୁଜ୍): ଗତ ରବିବାର ଠାରୁ ଗଂଜାମ ଜିଲ୍ଲାର ଭଞ୍ଜନଗର ,ଜଗନ୍ନାଥପ୍ରସାଦ, ଆସିକା , ବୁଗୁଡ଼ା , ପୋଲସରା , ବେଲଗୁଣ୍ଠା ଓ କବିସୂର୍ଯ୍ୟନଗର ବ୍ଳକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ଚାଷଜମି ଓ କେତେକ ଗାଁ ରେ ବର୍ଷାଜଳ ପ୍ରବାହିତ କରିବା ଆରମ୍ଭ ହୋଇଛି । ସେହିଭଳି କିଛି ନଦୀ ଓ ଡ଼୍ୟାମରେ ମଧ୍ୟ ବର୍ଷାଜଳ ଫୁଲିବା ଆରମ୍ଭ କରିଛି ।

waterଗତ ଦିନରେ ଭଂଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅନୁକୂଳ ପାଇଁ ଓ ବର୍ଷା ଅଭାବ ଯୋଗୁଁ ଧାନ ତଳି ବୁଣା କାର୍ଯ୍ୟ ବିଳମ୍ବ ହୋଇଥିଲା । ଏବେ ଧାନତଳି ଛୋଟ ଛୋଟ ହୋଇଥିବାରୁ ବିଲରେ ରୋଇବା ଯୋଗ୍ୟ ହୋଇନାହିଁ । ଅପର ପକ୍ଷରେ ଯଦି ଲଗାଣ ବର୍ଷା ଜାରି ରହେ କିମ୍ବା କ୍ଷେତରୁ ବର୍ଷା ଜଳ ନିଷ୍କାସନ ହୋଇନପାରେ ତେବେ ଧାନତଳି ପଚିଯିବାର ଆଶଙ୍କା ବି ରହିଛି । ଏନେଇ ଭଂଜନଗର ଅଂଚଳରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭଞ୍ଜନଗର ରିପୋର୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.