Below header

ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କନ୍ଧମାଳ(କେନ୍ୟୁଜ୍): ଦିନ ଦ୍ୱିପହରେ ଲୁଟ । ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫୁଲବାଣୀ ଟାଉନ ଥାନା ବୌଦ୍ଧ ବ୍ୟାଙ୍କ ନିକଟକରେ ହୋଇଛି ଏହି ଲୁଟ୍‌ । କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖିବା ସମୟରେ ରେନକୋର୍ଟ ପିନ୍ଧା ଦୁଇଜଣ ଦୁର୍ବୃତ୍ତ ଆସି ଡିକିରୁ ଟଙ୍କା ଲୁଟିନେଇ ଚମ୍ପଟ ମାରିଛନ୍ତି । ସେ ତାଙ୍କ ପିଛା କରିଥିଲେ ହେଁ ଚୋରଙ୍କୁ ଧରିବାରେ ବିଫଳ ହୋଇଥିଲେ । ଏନେଇ ହରିଶ୍ଚନ୍ଦ୍ର ଟାଉନ ଥାନାରେ ଏତଲା ଦେଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.