Below header

ସରିଲା ଘୋଷଯାତ୍ରା: ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ, ଆଜି ବାହାରିବ ନୀଳାଚଳ ଅବଢା

ପୁରୀ(କେନ୍ୟୁଜ୍): ସରିଲା ଘୋଷଯାତ୍ରା । ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ରତ୍ନସିଂହାସନରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ଶ୍ରୀଜିଉଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ନିଆଯାଇଥିଲା ।

ସନ୍ଧ୍ୟା ଧୂପ ଶେଷ ହେବା ପରେ ରଥରେ ଚାରମାଳ ବନ୍ଧାଯାଇ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଗୋଟି ପହଣ୍ଡି । ରଥଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମହାପ୍ରଭୁ ଜଗନ୍ନାଥ ମାନଭଞ୍ଜନ କରିଥିଲେ । ଆଜି ବାହାରିବ ନୀଳାଚଳ ଅବଢା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.