ପୁଣି ଯୌତୁକ ଜୁଇରେ ବଧୂ : ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

ନରସିଂହପୁର(କେନ୍ୟୁଜ୍): ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର  ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ ବିଭିନ୍ନ ସମୟରେ ଟଙ୍କା ପାଇଁ ଝିଅକୁ  ନିଯ୍ଯାତନା  ଦେଇଆସୁଥିଲେ  ସ୍ଵାମୀ ରବୀନ୍ଦ୍ର ।

ହେଲେ  ଗତକାଲି  ନିଜ ସ୍ତ୍ରୀ ମଧୁସ୍ମିତା  ବିଶ୍ଵାଳଙ୍କୁ ମାରି ଦେଇଥିବାର ଅଭିଯୋଗ କରିଛନ୍ତି  ଝିଅର ପରିବାର ଲୋକ। ଏନେଇ କାନପୁର ଥାନାରେ ଏତଲା  ଦିଆଯିବାପରେ  ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହେବା ସହ ସ୍ଵାମୀକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.