ରାଜ୍ୟ

ଅସହ୍ୟ ହେଲାଣି ତାତି, ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ସ୍କୁଲ ଓ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସକାଳ ୭ଟାରୁ ୧୧ଟା ୩୦ ଯାଏ ଚାଲିବ ପାଠପଢ଼ା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଏଥିସହ ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏପ୍ରିଲ ୩ରୁ ଚଳିତବର୍ଷର ପାଠ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି । ଅପ୍ରେଲ ୧୧ ତାରିଖରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ କରିବାକୁ ଅପ୍ରେଲ ୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ସକାଳୁଆ ସ୍କୁଲ୍‌ ଆରମ୍ଭ ସହିତ ସ୍କୁଲ୍‌ରେ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

Barsha

Recent Posts

ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ…

13 mins ago

ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି…

15 mins ago

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କିଡନୀ ଷ୍ଟୋନ୍‌ ଯନ୍ତ୍ରଣାରୁ ମିଳିବ ଆରାମ

ଆପଣଙ୍କ ଡାଏଟ୍‌ରେ ହେଲଦି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ…

15 mins ago

BSKY ଚାଲୁ ରହିଛି ସ୍ପଷ୍ଟ କଲେ ମୁଖ୍ୟ ସଚିବ, ଅସୁବିଧା ହେଲେ ହେଲ୍‌ପଲାଇନ୍‌ ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ ।  ଭିଡିଓ ବାର୍ତ୍ତା ଜରିଆରେ…

32 mins ago

ହିମାଚଳ ପ୍ରଦେଶ ଦିଲ୍ଲୀକୁ ଛାଡ଼ିବ ୧୩୭ କ୍ୟୁସେକ୍‌ ପାଣି, ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀ ପାଇଁ ଆଶ୍ୱସ୍ତିଜନକ ଖବର । ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ୧୩୭ କ୍ୟୁସେକ୍ ଜଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି,…

52 mins ago

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ପଦବୀ, ୧୨ଶ ପାସ୍‌ କରନ୍ତୁ ଆବେଦନ

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ…

1 hour ago