ରାଜ୍ୟ

ଗାଡି ଚଲାଇବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇଭର୍, ରାସ୍ତା କଡକୁ ଖସିପଡିଲା ଯାତ୍ରୀବାହୀ ବସ୍

ଆଠଗଡ(କେନ୍ୟୁଜ୍‌): ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଭାବିଲା ବେଳକୁ ବି ଛାତି ଥରିଉଠେ । ଆମ ଆଖପାଖରେ ପ୍ରତିଦିନ ବହୁତ କିଛି ଘଟଣା ଦୁର୍ଘଟଣା ଘଟୁଛି । ଅନେକ ଲୋକଙ୍କର ଜୀବନ ବି ଚାଲିଯାଉଛି । ଆଉ ଏସବୁ ଦୁର୍ଘଟଣାରୁ ବର୍ତ୍ତି ଯାଇ ଘରକୁ ଫେରୁଛି ତାଠାରୁ ବଡ ଭାଗ୍ୟବାନ କିଏ ହୋଇପାରେ ।

କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ । ଜୀବନର ବା କଣ ଭରଷା । ଏଇ ଅଛି ତ କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍ । ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ଆମେ ଦେଖିଛେ । ତେବେ ଆଜି ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଚଳନ୍ତା ବସରେ ଯାଉଥିବା ସମୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ହେଲେ ସମସ୍ତଙ୍କ ଜୀବନ ରକ୍ଷା କରିଦେଇଛନ୍ତି ମା’ ଭୁବନେଶ୍ୱରୀ । ସୂଚନା ମୁତାବକ, ଚଳନ୍ତା ବସରେ ହଠାତ୍ ଡ୍ରାଇଭର ଜଣଙ୍କ ଅସୁସ୍ଥ ହୋଇପଡିଲେ । ଯାହାଫଳରେ ସେ ଭାରସାମ୍ୟ ହରାଇ ବସ୍ ଟିକୁ ରାସ୍ତା କଡରେ ଥିବା ଲୁହା ବାଡରେ ଯାଇ ପିଟିଥିଲେ । ଏତେ ଦ୍ରୁତ ଗତିରେ ଆସି ବସ୍ ଟି ଲୁହା ବାଡରେ  ପିଟି ହୋଇଥିଲା ଯେ, ତାହା ଭାଙ୍ଗି ଯାଇଥିଲା ।

ଯାହାଫଳରେ ସିଧା ରାସ୍ତା କଡକୁ ଖସିପଡିଥିଲା ଯାତ୍ରୀବାହୀ ବସ୍ ଟି । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ବସରେ ଥିବା ୩୦ ରୁ ଊର୍ଦ୍ଧ୍ଵ ଯାତ୍ରୀ । ଯାହାଜଣାପଡିଛି ଭୁବନେଶ୍ୱରରୁ ମା ଭୁବନେଶ୍ୱରୀ ନାମକ ଏହି ଘରୋଇ ବସଟି ଦେବଗଡ କୁଚିଣ୍ଡା ଯାଉଥିଲା । ଖୁଣ୍ଟୁଣୀ ଥାନା ଖୁଣ୍ଟୁଣୀ ଗୋଲେଇ ଛକ ନିକଟରେ ଘଟିଥିଲା ଏହି ବସ୍ ଦୁର୍ଘଟଣା ।

ଏପଟେ ବସ୍ ଡ୍ରାଇଭର ଜଣକ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ୍ ପହଁଚି ଯାଞ୍ଚ କରୁଛି । ତେବେ ଏତେ ବଡ ଦୁର୍ଘଟଣାରେ କାହାର ଜୀବନ ପ୍ରତି କିଛି ବିପଦ ଆସିନଥିବାରୁ ସମସ୍ତଙ୍କ ପାଟିରୁ ଗୋଟିଏ କଥା ବାହାରୁଛି ରକ୍ଷା କରିଦେଲେ ମା’ ଭୁବନେଶ୍ୱରୀ ।

Sonalisa

Recent Posts

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

4 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

41 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

43 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

46 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

53 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

55 mins ago