ଗାଡି ଚଲାଇବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇଭର୍, ରାସ୍ତା କଡକୁ ଖସିପଡିଲା ଯାତ୍ରୀବାହୀ ବସ୍

ଚଳନ୍ତା ବସରେ ଯାଉଥିବା ସମୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ହେଲେ ସମସ୍ତଙ୍କ ଜୀବନ ରକ୍ଷା କରିଦେଇଛନ୍ତି ମା' ଭୁବନେଶ୍ୱରୀ ।

ଆଠଗଡ(କେନ୍ୟୁଜ୍‌): ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଭାବିଲା ବେଳକୁ ବି ଛାତି ଥରିଉଠେ । ଆମ ଆଖପାଖରେ ପ୍ରତିଦିନ ବହୁତ କିଛି ଘଟଣା ଦୁର୍ଘଟଣା ଘଟୁଛି । ଅନେକ ଲୋକଙ୍କର ଜୀବନ ବି ଚାଲିଯାଉଛି । ଆଉ ଏସବୁ ଦୁର୍ଘଟଣାରୁ ବର୍ତ୍ତି ଯାଇ ଘରକୁ ଫେରୁଛି ତାଠାରୁ ବଡ ଭାଗ୍ୟବାନ କିଏ ହୋଇପାରେ ।

କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ । ଜୀବନର ବା କଣ ଭରଷା । ଏଇ ଅଛି ତ କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍ । ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ଆମେ ଦେଖିଛେ । ତେବେ ଆଜି ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଚଳନ୍ତା ବସରେ ଯାଉଥିବା ସମୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ହେଲେ ସମସ୍ତଙ୍କ ଜୀବନ ରକ୍ଷା କରିଦେଇଛନ୍ତି ମା’ ଭୁବନେଶ୍ୱରୀ । ସୂଚନା ମୁତାବକ, ଚଳନ୍ତା ବସରେ ହଠାତ୍ ଡ୍ରାଇଭର ଜଣଙ୍କ ଅସୁସ୍ଥ ହୋଇପଡିଲେ । ଯାହାଫଳରେ ସେ ଭାରସାମ୍ୟ ହରାଇ ବସ୍ ଟିକୁ ରାସ୍ତା କଡରେ ଥିବା ଲୁହା ବାଡରେ ଯାଇ ପିଟିଥିଲେ । ଏତେ ଦ୍ରୁତ ଗତିରେ ଆସି ବସ୍ ଟି ଲୁହା ବାଡରେ  ପିଟି ହୋଇଥିଲା ଯେ, ତାହା ଭାଙ୍ଗି ଯାଇଥିଲା ।

ଯାହାଫଳରେ ସିଧା ରାସ୍ତା କଡକୁ ଖସିପଡିଥିଲା ଯାତ୍ରୀବାହୀ ବସ୍ ଟି । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ବସରେ ଥିବା ୩୦ ରୁ ଊର୍ଦ୍ଧ୍ଵ ଯାତ୍ରୀ । ଯାହାଜଣାପଡିଛି ଭୁବନେଶ୍ୱରରୁ ମା ଭୁବନେଶ୍ୱରୀ ନାମକ ଏହି ଘରୋଇ ବସଟି ଦେବଗଡ କୁଚିଣ୍ଡା ଯାଉଥିଲା । ଖୁଣ୍ଟୁଣୀ ଥାନା ଖୁଣ୍ଟୁଣୀ ଗୋଲେଇ ଛକ ନିକଟରେ ଘଟିଥିଲା ଏହି ବସ୍ ଦୁର୍ଘଟଣା ।

ଏପଟେ ବସ୍ ଡ୍ରାଇଭର ଜଣକ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ୍ ପହଁଚି ଯାଞ୍ଚ କରୁଛି । ତେବେ ଏତେ ବଡ ଦୁର୍ଘଟଣାରେ କାହାର ଜୀବନ ପ୍ରତି କିଛି ବିପଦ ଆସିନଥିବାରୁ ସମସ୍ତଙ୍କ ପାଟିରୁ ଗୋଟିଏ କଥା ବାହାରୁଛି ରକ୍ଷା କରିଦେଲେ ମା’ ଭୁବନେଶ୍ୱରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.