Below header

ପିଲା ଚୋରଙ୍କୁ ଧର, ହେଲେ ମାର ନାହିଁ : ଏସପି ପିନାକ ମିଶ୍ର

ପିଲା ଚୋରଙ୍କୁ ଧର, ହେଲେ ମାର ନାହିଁ । ପୁରୀ ଜିଲ୍ଲାରେ ପିଲା ଚୋରି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏସପି ପିନାକ ମିଶ୍ର ରଖିଲେ ପ୍ରତିକ୍ରିୟା । ଲୋକମାନେ ସନ୍ଦିଗ୍ଧ ପିଲାଚୋରମାନଙ୍କୁ ମାଡ଼ ନମାରି ପୋଲିସ୍ ହାତରେ ଦେବାକୁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି ଏସପି ।

ପୁରୀ (କେନ୍ୟୁଜ) : ପିଲା ଚୋରଙ୍କୁ ଧର, ହେଲେ ମାର ନାହିଁ । ପୁରୀ ଜିଲ୍ଲାରେ ପିଲା ଚୋରି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏସପି ପିନାକ ମିଶ୍ର ରଖିଲେ ପ୍ରତିକ୍ରିୟା । ଲୋକମାନେ ସନ୍ଦିଗ୍ଧ ପିଲାଚୋରମାନଙ୍କୁ ମାଡ଼ ନମାରି ପୋଲିସ୍ ହାତରେ ଦେବାକୁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି ଏସପି । ପୋଲିସ ଘଟଣାର ସବିଶେଷ ତଦନ୍ତ କରିବ। କିଛି ଏଭଳି ଘଟଣା ଆମ ନଜରକୁ ଆସିଛି ବୋଲି ଏସପି କହିଛନ୍ତି।

ପୁରୀ ସଦର ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ତିନି ଜଣ ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳବାସୀ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଏହା ପରେ ପୋଲିସର ଜିମା ଦେଇଛନ୍ତି । ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରୁ ଦୁଇ ଜଣ, ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରୁ ଆଉ ଜଣେ ଯୁବକଙ୍କୁ ସ୍ଥାନୀୟ ବାସିନ୍ଦା ଧରିଥିଲେ । ସେମାନଙ୍କୁ ମାଡ଼ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ଯୁବକଙ୍କ ଠାରୁ କ୍ଲୋରୋଫର୍ମ ଓ ଖଣ୍ଡା ମିଳିଛି । ଏଭଳି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏସପି ଜନସାଧାରଣଙ୍କୁ ନିବେଦନ କରି ଆଇନକୁ ହାତକୁ ନନେବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.