Below header

SCBରେ ବିରଳ ଅସ୍ତ୍ରୋପଚାର, ପିଠିରେ ଗଳି ଛାତିରେ ବାହାରିଥିବା କାଠକୁ କାଢ଼ିଲେ ଡାକ୍ତର

ବିରଳ ଅସ୍ତ୍ରୋପଚାର । ପିଠିରେ ଗଳି ଛାତି ପଟେ ବାହାରିଥିବା କାଠକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଏସସିବିର କାର୍ଡିଓଥୋରାସିକ୍ ସର୍ଜରୀ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ।

କଟକ (କେନ୍ୟୁଜ): SCBରେ ବିରଳ ଅସ୍ତ୍ରୋପଚାର । ପିଠିରେ ଗଳି ଛାତି ପଟେ ବାହାରିଥିବା କାଠକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଏସସିବିର କାର୍ଡିଓଥୋରାସିକ୍ ସର୍ଜରୀ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ।

ଗତ ରବିବାର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡି ଗାଁର କିଶୋର ଅମ୍ବାଦୋର ମାରାଣ୍ଡିଙ୍କ ପିଠିରେ ଗଳିଯାଇଥିଲା ଗଛ ଡାଳ । ଗଛ ଉପରେ ଚଢି ଚଢେଇ ଆଣିବାକୁ ଉଦ୍ୟମ କରୁଥିବା ବେଳେ ଅଘଟଣ ଘଟିଥିଲା । ଗୁରୁତର ଅବସ୍ଥାରେ କିଶୋରଙ୍କୁ ପ୍ରଥମେ ଉଦଳା ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତକାଲି ଏସସିବିର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କିଶୋରଙ୍କ ଅସ୍ତ୍ରୋପଚାର କରି ପିଠିରୁ ଗଛ ଡାଳକୁ ବାହାର କରିବାରେ ସଫଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.