ପାଟ୍ରୋଲିଂ ବେଳେ ଗୁଳିମାଡ଼, ଶିକାରୀ ଗୁଳିରେ ୩ କର୍ମଚାରୀ ଗୁରୁତର

ଜଙ୍ଗଲରେ ପାଟ୍ରୋଲିଂ ବେଳେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ । ଶିକାରୀଙ୍କ ଗୁଳି ମାଡ଼ର ଶିକାର ହେଲେ ବନ କର୍ମଚାରୀ । ତିନି ଜଣ ଫରେଷ୍ଟ ଗାର୍ଡ ଆହତ ହୋଇଛନ୍ତି । ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ଘଟିଛି ଏହି ଘଟଣା ।

ନୀଳଗିରି (କେନ୍ୟୁଜ): ଜଙ୍ଗଲରେ ପାଟ୍ରୋଲିଂ ବେଳେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ । ଶିକାରୀଙ୍କ ଗୁଳି ମାଡ଼ର ଶିକାର ହେଲେ ବନ କର୍ମଚାରୀ । ତିନି ଜଣ ଫରେଷ୍ଟ ଗାର୍ଡ ଆହତ ହୋଇଛନ୍ତି । ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ଘଟିଛି ଏହି ଘଟଣା ।

ଗତକାଲି ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବନ କର୍ମଚାରୀଙ୍କ କବଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶିକାରୀଦ୍ୱୟ ଗୁଳିମାଡ଼ କରିଥିଲେ। ଦୁଇ ଜଣ ବନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.