ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି । ଆଜି ସେ ଇସ୍ତଫା ଦେଇଛନ୍ତି । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ନଜର ଆସୁ ନଥିଲେ ।
ପୂର୍ବରୁ ନବୀନ ନିବାସରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସମୀକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକକୁ ଅନୁଭବଙ୍କୁ ଡକାଯାଇ ନଥିଲା । ବୈଠକରେ ବିଜେଡିରେ ମିଶିଥିବା ଯୁବ ନେତା ଅଂଶୁମାନ ମହାନ୍ତି ଓ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ । ନବୀନ ନିବାସ ବୈଠକରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଅନୁଭବଙ୍କୁ କେନ୍ଦ୍ରାପଡ଼ା ଟିକେଟ ମିଳିବ ନାହିଁ । ଏବେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…
ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…