ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି । ଆଜି ସେ ଇସ୍ତଫା ଦେଇଛନ୍ତି । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି  । ଆଜି ସେ ଇସ୍ତଫା ଦେଇଛନ୍ତି  । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ  । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି ।  ପାରିବାରିକ ବିବାଦରେ ଛନ୍ଦି ହେବା ପରେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ନଜର ଆସୁ ନଥିଲେ ।

ପୂର୍ବରୁ ନବୀନ ନିବାସରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସମୀକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକକୁ ଅନୁଭବଙ୍କୁ ଡକାଯାଇ ନଥିଲା ।  ବୈଠକରେ ବିଜେଡିରେ ମିଶିଥିବା ଯୁବ ନେତା ଅଂଶୁମାନ ମହାନ୍ତି ଓ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ ।  ନବୀନ ନିବାସ ବୈଠକରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଅନୁଭବଙ୍କୁ କେନ୍ଦ୍ରାପଡ଼ା ଟିକେଟ ମିଳିବ ନାହିଁ । ଏବେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.