ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ କେ. ସୂରିୟା ରାଓ, ବିଜେଡିରେ ବିଧିବଦ୍ଧ ଭାବେ ଦେଲେ ଯୋଗ

ଶଙ୍ଖ ଫୁଙ୍କିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂରିୟା ରାଓ । ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଲେ । ନିଜର ବହୁ ସମର୍ଥକଙ୍କ ସହ ସେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂରିୟା ରାଓ । ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଲେ । ନିଜର ବହୁ ସମର୍ଥକଙ୍କ ସହ ସେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏଥିପାଇଁ ଶଙ୍ଖ ଭବନରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି ।

୨୦୧୪ରୁ ୨୦୧୯ ଯାଏ କେ. ସୁରିୟା ରାଓ କଂଗ୍ରେସରୁ ବିଧାୟକ ଥିଲେ। ପାରଳାଖେମୁଣ୍ଡିରେ ରହୁଥିବା ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ତାଙ୍କର ଦବଦବା ରହିଛି। ୨୦୧୯ ନିର୍ବାଚନରେ କଂଗ୍ରେସରୁ ଲଢିଥିଲେ । ୨୪ ହଜାର ଭୋଟ୍ ପାଇଥିବା ବେଳେ ଚତୁର୍ଥ ସ୍ଥାନରେ ରହିଥିଲେ ସୂରିୟା ରାଓ । ପ୍ରଥମ ସ୍ଥାନରେ ବିଜେପିର କେ. ନାରାୟଣ ରାଓ, ଦ୍ୱିତୀୟରେ ସ୍ଵାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଓ ତୃତୀୟରେ ରହିଥିଲେ ବିଜେଡିର କଲ୍ୟାଣ ଗଜପତି । ସୂରିୟା ରାଓଙ୍କ ବିଜେଡିରେ ମିଶ୍ରଣ ପାରଳାଖେମୁଣ୍ଡି ବିଧାନସଭା ସହ ବ୍ରହ୍ମପୁର ଲୋକସଭା ଆସନରେ ଯଥେଷ୍ଟ ପ୍ରଭାବ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.