ଦିଲ୍ଲୀ : ଡମ୍ପର ପଛରେ ପଶିଲା ସ୍କୁଲ ଭ୍ୟାନ, ଡ୍ରାଇଭର ସମେତ ଜଣେ ପିଲା ମୃତ, ୯ ଆହତ

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ଡମ୍ପରକୁ ପଛପଟରୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଲ ଭ୍ୟାନର ଡ୍ରାଇଭର ଏବଂ ଜଣେ ପିଲାର ମୃତ୍ୟୁ ହୋଇଛି । ପାଖାପାଖି ୯ ଜଣ ପିଲା ଆହତ ହୋଇଛନ୍ତି । ଦିଲ୍ଲୀ ଏକ୍ସପ୍ରେସ ୱେରେ ଗାଜିଆବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଦିଲ୍ଲୀ ଏକ୍ସପ୍ରେସ ୱେରେ ଗାଜିଆବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ଡମ୍ପରକୁ ପଛପଟରୁ ଧକ୍କା ଦେଇଥିଲା । ତେଣୁ ପଛରୁ ଆସୁଥିବା ଅନ୍ୟ ଗାଡି ମଧ୍ୟ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଲ ଭ୍ୟାନର ଡ୍ରାଇଭର ଏବଂ ଜଣେ ପିଲାର ମୃତ୍ୟୁ ହୋଇଛି । ପାଖାପାଖି ୯ ଜଣ ପିଲା ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାଟି ଗାଜିଆବାଦର କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ଘଟିଛି । ଅଳିଆ ଲଦା ହୋଇଥିବା ଏକ ଡମ୍ପର ଲାଲକୁଆଁରୁ ଦିଲ୍ଲୀକୁ ଯାଉଥିଲା । ଏହା ପଛରେ ସ୍କୁଲ ଭ୍ୟାନଟି ଯାଉଥିବା ବେଳେ ହଠାତ୍‌ ଧକ୍କା ଦେଇଥିଲା । ସ୍କୁଲ ଭ୍ୟାନ ପଛରେ ଅନେକ ଗାଡି ଥିବାରୁ ଭ୍ୟାନଟି ଡମ୍ପର ତଳେ ପଶିଯାଇଥିଲା । ଦୁର୍ଘଟଣାରେ ଭ୍ୟାନରେ ଥିବା ୧୧ ଜଣ ରହିଥିଲେ । ସେହିପରି ଭ୍ୟାନ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । କିଛି ପିଲାଙ୍କ ଅବସ୍ଥା ଗୁରୁତର ରହିଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଦୁର୍ଗଟଣା କେମିତି ଘଟିଲାର ତା’ର ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.