ଭୋଟର କାର୍ଡ ହଜି ଯାଇଛି କି ? ଏହି ଉପାୟରେ ଦେଇପାରିବେ ଭୋଟ୍‌

ଆଜି ଆମେ ଆପଣଙ୍କୁ ଭୋଟର କାର୍ଡର ଡିଜିଟାଲ ଭର୍ସନ ଡାଉନଲୋଡ କରିବା ପାଇଁ ଏକ ଟେକନିକ୍‌ ଜଣାଇବୁ । ଯାହା ଦ୍ୱାରା ଆପଣ ସହଜରେ ନିଜର ଭୋଟର କାର୍ଡ ପାଇପାରିବେ ।

ଏଥର ନିର୍ବାଚନରେ ଅନେକ ଲୋକ ଭୋଟ ଦେବେ । କିନ୍ତୁ ଯଦି ଆପଣଙ୍କର ଭୋଟର କାର୍ଡ ହଜିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଭୋଟର କାର୍ଡର ଡିଜିଟାଲ ଭର୍ସନ ଡାଉନଲୋଡ କରିବା ପାଇଁ ଏକ ଟେକନିକ୍‌ ଜଣାଇବୁ । ଯାହା ଦ୍ୱାରା ଆପଣ ସହଜରେ ନିଜର ଭୋଟର କାର୍ଡ ପାଇପାରିବେ ।

ଆପଣ ଘରେ ବସି ନିଜ ଭୋଟର ଆଇଡି କାର୍ଡ ଡାଉନଲୋଡ କରିବାକୁ ଚାହୁଁଥିଲେ https //electoral search.eci.gov.in େଓ୍ଵବସାଇଟରେ ଭିଜିଟ୍‌ କରନ୍ତୁ । ଏହା ଏକ ସରକାରୀ ୱେବସାଇଟ୍‌ । ଏଠାରେ ଲଗଇନ୍‌ କରିବା ପରେ ସର୍ଭିସ୍‌ ନାମକ କାଟାଗୋରୀକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଇ- ଏପିକ୍‌ ଡାଉନଲୋଡର ଅପ୍ସନ ମିଳିବ । ଏହା ଉପରେ କ୍ଲିକ୍‌ କରନ୍ତୁ । ଏହା ପରେ ଆପଣଙ୍କୁ ଇଲେକ୍ଟୋରାଲ୍‌ ଫଟୋ ଆଇଡି କାର୍ଡର ଡିଜିଟାଲ ଭର୍ସନ ମିଳିବ ।

ୱେବସାଇଟ୍‌ ର ସର୍ଭିସ କାଟାଗୋରୀରେ ଆପଣ ଭୋଟର ଲିଷ୍ଟରେ ନିଜ ନାଁକୁ ସର୍ଚ୍ଚ କରିପାରିବେ । ସମସ୍ତ ପ୍ରୋସେସ୍‌ ପୂରା କରିବା ପରେ ଆପଣଙ୍କୁ ଭୋଟର ଆଇଡି କାର୍ଡ ଡାଉନଲୋଡ କରିବା ପ୍ରକ୍ରିୟା ଆରମ୍ଭ ହେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆପଣ ନିଜ ଭୋଟର ଆଇଡି କାର୍ଡ ବିନା ଏପିକ୍‌ ନମ୍ବର ସାହାଯ୍ୟରେ ମଧ୍ୟ ଡାଉନଲୋଡ କରିପାରିବେ । ଏଠାରେ ୟୁଜର୍ସଙ୍କୁ ସର୍ଚ୍ଚ ଇନ୍‌ ଇଲେକ୍ଟୋରାଲ ରୋଲ୍‌ ଅପ୍ସନ ମିଳିବ । ଏଥିରେ ଆପଣ ଭୋଟର ଲିଷ୍ଟରେ ନିଜ ନାଁକୁ ଚେକ୍‌ କରିପାରିବେ । ସର୍ଚ୍ଚ ପାଇଁ ଆପଣଙ୍କୁ ୩ଟି ଅପ୍ସନ ନଜର ଆସିବ ।

ପାସପୋର୍ଟ, ଡାଇଭିଂ ଲାଇସେନ୍ସ, ପାନ କାର୍ଡ, ଆଧାର କାର୍ଡ, ପୋଷ୍ଟ ଅଫିସ୍‌ କିମ୍ବା ବ୍ୟାଙ୍କ୍‌ ପାସବୁକ, ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ହେଲ୍ଥ ଇନ୍ସୁରାନ୍ସ କାର୍ଡ ଏବଂ ପେନସନ୍‌ କାର୍ଡ ଭଳି ପରିଚୟ ପତ୍ର ଦ୍ୱାରା ଆପଣ ଭୋଟ ଦେଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.