ନେଟଓ୍ଵାର୍କ ପାଇଁ ଚିନ୍ତିତ କି ? ଫୋନରେ ଏହି ସେଟିଂ ବଦଳାଇ ଇଣ୍ଟରନେଟର ମଜା ନିଅନ୍ତୁ

ଯଦି ଆପଣଙ୍କର ନେଟୱାର୍କ ଥିବା ପରେ ବି ଆପଣ ସ୍ଲୋ ଇଣ୍ଟରନେଟ୍ ସମସ୍ୟାରେ ପଡ଼ୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ 5G ନେଟୱାର୍କର ସ୍ପିଡ୍‌ ବଢ଼ାଇ ହେବ ।

ଦେଶର କୋଣ ଅନୁକୋଣରେ ବର୍ତ୍ତମାନ 5G ଲଞ୍ଚ କରାଯାଇଛି । ସମସ୍ତ ଟେଲିକମ୍ କମ୍ପାନୀଗୁଡିକର ଦାବି ଅନୁଯାୟୀ ଦେଶର ପ୍ରତ୍ୟେକ କୋଣରେ ହାଇ ସ୍ପିଡ୍ 5G ଇଣ୍ଟରନେଟ୍ ପହଞ୍ଚିଛି । କିନ୍ତୁ ଆଜି ବି ସହରର ଲୋକମାନେ କଲ୍ ଡ୍ରପ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗାଁରେ ରହୁଥିବା ଲୋକମାନେ ଉଭୟ କଲ୍ ଏବଂ ଇଣ୍ଟରନେଟ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କର ନେଟୱାର୍କ ଥିବା ପରେ ବି ଆପଣ ସ୍ଲୋ ଇଣ୍ଟରନେଟ୍ ସମସ୍ୟାରେ ପଡ଼ୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ 5G ନେଟୱାର୍କର ସ୍ପିଡ୍‌ ବଢ଼ାଇ ହେବ ।

ଯଦି ଆପଣଙ୍କ ଇଣ୍ଟରନେଟ ଧୀରେ ଚାଲୁଛି ତେବେ ଆପଣ ସର୍ବପ୍ରଥମେ ଫୋନର ସେଟିଂ ଚେକ୍‌ କରନ୍ତୁ । ଫୋନର ସେଟିଂରେ ଥିବା ନେଟଓ୍ଵାର୍କ ସେଟିଂକୁ ଯାଆନ୍ତୁ । ଏଠାରେ 5G ସେଟିଂ ଅନ୍‌ କରନ୍ତୁ କିମ୍ବା ଅଟୋ ଅପ୍ସନକୁ ସିଲେକ୍ଟ କରନ୍ତୁ ।

ଏହା ବ୍ୟତୀତ ନେଟୱର୍କ ସେଟିଂରେ ଆକ୍ସେସ୍ ପଏଣ୍ଟ ନେଟୱାର୍କ (APN) ସେଟିଂକୁ ଚେକ୍‌ କରନ୍ତୁ, କାରଣ ସ୍ପିଡ୍‌ ପାଇଁ ସଠିକ୍ APN ରହିବା ନିହାତି ଜରୁରୀ । APN ସେଟିଂର ମେନୁକୁ ଯାଆନ୍ତୁ ଏବଂ ସେଟିଂକୁ ଡିଫଲ୍ଟ ଭାବରେ ସେଟ୍ କରନ୍ତୁ ।

ଏହା ବ୍ୟତୀତ ଫୋନରେ ଥିବା ସୋସିଆଲ ମିଡିଆ ଉପରେ ନଜର ରଖନ୍ତୁ । ଫେସବୁକ୍, ଏକ୍ସ ଏବଂ ଇନଷ୍ଟାଗ୍ରାମ ପରି ଆପ୍ ଇଣ୍ଟରନେଟ ସ୍ପିଡ୍‌ କୁ କମ୍‌ କରେ ଏବଂ ଅଧିକ ଡାଟା ଖର୍ଚ୍ଚ କରେ । ଏହି ଆପ ଗୁଡ଼ିକର ସେଟିଂକୁ ଯାଆନ୍ତୁ ଏବଂ ଅଟୋ ପ୍ଲେ ଭିଡିଓ ଅପ୍ସନ ବନ୍ଦ କରନ୍ତୁ । ଡାଟା ସେଭ୍ ମୋଡ୍ ରେ ଫୋନର ବ୍ରାଉଜରକୁ ମଧ୍ୟ ସେଟ୍ କରନ୍ତୁ ।

ଯଦି ସବୁକିଛି କରିବା ପରେ ମଧ୍ୟ ସ୍ପିଡ ଠିକ୍‌ ହେଉ ନାହିଁ, ତେବେ ଆପଣଙ୍କ ଫୋନର ନେଟୱର୍କ ସେଟିଂକୁ ରିସେଟ୍ କରନ୍ତୁ । ଡିଫଲ୍ଟ ନେଟୱାର୍କ ସେଟିଂରେ ଭଲ ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବାର ସୁବିଧା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.