ଏବେ ବି ବଞ୍ଚି ରହିଁଛି ମଣିଷପଣିଆ, ବାପାଙ୍କ ସ୍ମୃତିରେ ଦୀର୍ଘ ୧୩ବର୍ଷ ହେଲା ପୁଅ କରିଚାଲିଛନ୍ତି ଏହି ମହତ୍ କାର୍ଯ୍ୟ

ଏବେ ବି ବଞ୍ଚି ରହିଁଛି ମଣିଷପଣିଆ । ସମାଜ ଯେତେ କଳୁଶୀତ ହେଲେ ମଧ୍ୟ ସମାଜରେ ଅଛନ୍ତି କିଛି ଦରଦୀ ମଣିଷ । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ସ୍ଥିତ କୁଆଁରିଆ ନିକଟବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ନେଡିସାହି ଗାଁରେ ।

ଦଶପଲ୍ଲା (କେନ୍ୟୁଜ) : ଏବେ ବି ବଞ୍ଚି ରହିଛି ମଣିଷପଣିଆ । ସମାଜ ଯେତେ କଳୁଶୀତ ହେଲେ ମଧ୍ୟ ସମାଜରେ ଅଛନ୍ତି କିଛି ଦରଦୀ ମଣିଷ । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ସ୍ଥିତ କୁଆଁରିଆ ନିକଟବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ନେଡିସାହି ଗାଁରେ । ନୟାଗଡ଼ ଜିଲ୍ଲା ମହିପୁର ଅଞ୍ଚଳର ଅବସରପ୍ରାପ୍ତ ସେନାକର୍ମଚାରି ସ୍ଵର୍ଗତ ବାସୁଦେବ ବେହେରାଙ୍କ ସୁପୁତ୍ର ଶୁଶାନ୍ତ କୁମାର ବେହେରା । ଯାହାଙ୍କର ପାଇଁ ସେବା ହିଁ ପରମ ଧର୍ମ । ଶୁଶାନ୍ତ ନିଜ ସପରିବାରେ ସହିତ ନେଡିସାହି ଗାଁରେ ଯାଇ ପହଞ୍ଚିଥିଲେ । ସେଠାରେ ପହଁଚିବାପରେ ସେ ଗରିବ ଆଦିବାସୀ ମାନଙ୍କୁ ଶାଢ଼ୀ, ପ୍ୟାଣ୍ଟସାର୍ଟ, କମ୍ବଳ ପ୍ରଭୁତି ଦାନ କରିଥିବାବେଳେ, କିଛି ସାମ୍ବାଦିକ ଏହାର ଚିତ୍ରୋତଳନ ବି କରିଥିଲେ ।

କିନ୍ତୁ ଶ୍ରୀବେହେରା ଏହାର ପ୍ରଚାର ପ୍ରସାର ନକରିବା ପାଇଁ ଅନୁରୋଧ କରିଥିଲେ । କାରଣ ସେ ଚାହୁଁନଥିଲେ ତାଙ୍କର ସେବା ଲୋକଲୋଚନକୁ ଆସୁ । ତଥାପି ଏହାପରେ ମଧ୍ୟ ଏଭଳି ଏକ ମହାନ୍ କାର୍ଯ୍ୟ କରୁଥିବା ଦମ୍ପତି ଯିଏ ସମାଜର ଅସହାୟ ଜନସାଧାରଣଙ୍କ ପାଇଁ କିଛି କରୁଛନ୍ତି, ଲୋକଲୋଚନକୁ ନିହାତି ଆସିବା ଦରକାର ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ହୃଦୟଙ୍ଗମ କରିଥିଲେ । ଏହାପରେ ଶେଷରେ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ନେଇଥିଲେ ।.

ତେବେ ନିଜ ପ୍ରତିକ୍ରିୟାରେ ସେ କହିଥିଲେ ଯେ , ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ପାଥେୟ କରି ତାଙ୍କର ସ୍ଵର୍ଗବାସ ପିତା ଅବସର ପ୍ରାପ୍ତ ସେନାକର୍ମଚାରୀ ସ୍ଵର୍ଗତ ବାସୁଦେବ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏହି କାର୍ଯ୍ୟ ଦୀର୍ଘ ୧୩ ବର୍ଷ ଧରି କରିଆସୁଛି।

ପ୍ରତିବର୍ଷ ନବବର୍ଷର ଅବ୍ୟବହିତ ପୂର୍ବରୁ ଯେ କୌଣସି ଗୋଟିଏ ଗ୍ରାମକୁ ଯାଇ ସେ ସପରିବାର ସାଧ୍ୟ ଅନୁଯାୟୀ ରାସନ୍ ସାମଗ୍ରୀ ସହିତ ଶାଢ଼ୀ ,ଧୋତି ,ଗାମୁଛା ,କମ୍ବଳ ପ୍ୟାଣ୍ଟସାର୍ଟ ଶତାଧିକ ଗରିବ ଜନସାଧାରଣଙ୍କୁ ପ୍ରଦାନ କରିଥାନ୍ତି । ଏହି କାର୍ଯ୍ୟ ସେ ନିଜର ଜୀବନ ଥିଲା ପର୍ଯ୍ୟନ୍ତ କରିବେ ବୋଲି କହିଛନ୍ତି । ଏହି ସେବା ତାଙ୍କ ପାଇଁ ନାରାୟଣ ସେବା ସଦୃଶ କହିଛନ୍ତି ସୁଶାନ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.