ଅନନୋନ କଲ୍‌ ଓ ମେସେଜରୁ ମୁକ୍ତି ଦେବ ଏହି ଟ୍ରିକ୍‌, ଆପଣ ବି କରନ୍ତୁ ଟ୍ରାଏ

ସ୍ମାର୍ଟଫୋନ୍ ୟୁଜର୍ସ ଅନନୋନ୍‌ କଲ୍ ଏବଂ ମେସେଜ୍‌ ପାଇଁ ଷ୍ଟ୍ରେସରେ ରହୁଛନ୍ତି, ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ପଡ଼ୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ସେଟିଂ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ ।

ଯେ କୌଣସି ସ୍ମାର୍ଟଫୋନ୍ ୟୁଜର୍ସ ଅନନୋନ୍‌ କଲ୍ ଏବଂ ମେସେଜ୍‌ ପାଇଁ ଷ୍ଟ୍ରେସରେ ରହୁଛନ୍ତି, ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ପଡ଼ୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ସେଟିଂ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ । ଅନନୋନ୍‌ କଲ୍ସ ଏବଂ ମେସେଜକୁ ବ୍ଲକ୍‌ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା ।

୧. DND ମୋଡ୍‌:
୧୯୦୯ ନମ୍ବରରେ ଆପଣଙ୍କର ମୋବାଇଲ୍ ସର୍ଭିସ ଦେଉଥିବା କଲରଙ୍କୁ କଲ୍ କରନ୍ତୁ । DND ସର୍ଭିସକୁ ଆକ୍ଟିଭ୍‌ କରିବାକୁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯିବ । ଏହାକୁ ଆକ୍ଟିଭ କରିବା ପରେ ଅନନୋନ୍‌ ନମ୍ବରକୁ ଏଥିରେ ଆଡ୍‌ କରନ୍ତୁ । ପରେ ଆପଣଙ୍କୁ ଅନନୋନ୍‌ କଲ୍‌ ଏବଂ ମେସେଜ୍‌ ଆସିବ ନାହିଁ ।

୨. ଥାର୍ଡ ପାର୍ଟି ଆପ୍‌
ଅନେକ ଥାର୍ଡ ପାର୍ଟି ଆପ୍ ଦ୍ୱାରା ଆପଣଙ୍କୁ ଅନନୋନ୍‌ କଲ୍ ଏବଂ ମେସେଜକୁ ବ୍ଲକ୍‌ ପରିପାରିବେ । ଏହି ଆପଗୁଡିକ ମଧ୍ୟରୁ କେତେକ ମାଗଣା ହୋଇଥିବାବେଳେ ଅନ୍ୟକିଛି ଆପ୍‌ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ । କେତେକ ଲୋକପ୍ରିୟ ଥାର୍ଡ ପାର୍ଟି ଆପଗୁଡ଼ିକରେ ଟ୍ରୁ କଲର୍, କଲ୍ ବ୍ଲକର୍, ଏବଂ SMS ବ୍ଲକର୍ ମଧ୍ୟ ସାମିଲ ଅଛି ।

୩. ସ୍ମାର୍ଟଫୋନ୍ ସେଟିଂ:
ଅଧିକାଂଶ ସ୍ମାର୍ଟଫୋନରେ ଅନନୋନ୍‌ କଲ୍ ଏବଂ ମେସେଜକୁ ବ୍ଲକ୍‌ କରିବା ପାଇଁ ବିଲ୍ଟ-ଇନ୍ ଫିଚର ଅଛି । ଆପଣଙ୍କ ଫୋନର ସେଟିଙ୍ଗରେ ଆପଣ ଏହି ଫିଚର ପାଇପାରିବେ । ଏହି ଫିଚର ବ୍ୟବହାର କରି ଆପଣ ଅନନୋନ୍‌ ନମ୍ବରକୁ ବ୍ଲକ୍‌ କରିପାରିବେ ।

୪. ନ୍ୟାସନାଲ୍ ଡୁ ନଟ୍‌ କଲ୍ ରେଜିଷ୍ଟ୍ରି (NDNC):
ଆପଣ ନିଜ ମୋବାଇଲ୍ ନମ୍ବରକୁ NDNC ରେ ରେଜିଷ୍ଟର କରିପାରିବେ । ଏହି ସର୍ଭିସ ମାଗଣା ରହିଛି । ଥରେ ଆପଣଙ୍କ ନମ୍ବରକୁ NDNC ଦ୍ୱାରା ରେଜିଷ୍ଟର କରିବା ପରେ, ଆପଣ ଟେଲି ମାର୍କେଟରରୁ କଲ୍‌ ଏବଂ ମେସେଜ୍‌ ଆସିବ ନାହିଁ ।

ଆପଣ ନିଜ ଫୋନରେ ‘‘Do Not Disturb’’ ମୋଡ୍ ଅନ୍ କରିପାରିବେ । ଫୋନରେ “Airplane Mode” ଅନ୍ କରିପାରିବେ । ଆପଣ ନିଜ ଫୋନରେ “ସାଇଲେଣ୍ଟ୍ ମୋଡ୍” ଅନ୍ କରିପାରିବେ । ଏହି ସବୁ ଉପାୟକୁ ଆପଣାଇ ଆପଣ ସମସ୍ତ କଲ୍ ଏବଂ ମେସେଜକୁ ବ୍ଲକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.