CAA ଆଇନକୁ ରଦ୍ଦ, UCC ଲାଗୁ ନ କରିବାର ପ୍ରତିଶ୍ରୁତି…ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଜାରି କଲା ଇସ୍ତାହାରପତ୍ର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୁଧବାର ନିଜର ଇସ୍ତାହାରପତ୍ର ଜାରି କରିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୁଧବାର ନିଜର ଇସ୍ତାହାରପତ୍ର ଜାରି କରିଛି । ଟିଏମ୍‌ସି ଇସ୍ତାହାରପତ୍ରରେ ପ୍ରତିଶ୍ରୁତି ଦେଇଛି କି, ଯଦି କେନ୍ଦ୍ରରେ ସରକାର ଗଠନ ହୁଏ, ତେବେ ଏହା CAA (ନାଗରିକତା ସଂଶୋଧନ ଅଧିନିୟମ)କୁ ରଦ୍ଦ କରିବ । ଏହା ସହିତ ଏନ୍‌ଆର୍‌ସି (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର) ପ୍ରକ୍ରିୟାକୁ ରୋକି ଦିଆଯିବ ।

ଟିଏମ୍‌ସି ନିଜର ଇସ୍ତାହାରପତ୍ରରେ ୟୁନିଫର୍ମ ସିଭିଲ୍‌ କୋଡ୍‌ (UCC)କୁ ଲାଗୁ ନ କରିବାର ପ୍ରତିଶ୍ରୁତି ଦେଇଛି । ଦଳ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଇସ୍ତାହାରପତ୍ର ଜାରି କରିଛି । କହି ରଖୁଛୁ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର କୁଚବିହାର, ଅଲିପୁରଦ୍ୱାର ଓ ଜଲପାଇଗୁଡ଼ିରେ ମତଦାନ ହେବ ।

ଟିଏମ୍‌ସିର ଇସ୍ତାହାରପତ୍ର ରିଲିଜ୍‌ କରି ରାଷ୍ଟ୍ରୀୟ ମୁଖପାତ୍ର ଡେରେକ୍‌ ଓ ବ୍ରାୟନ କହିଛନ୍ତି କି, ମମତା ବାନାର୍ଜୀ ଦେଶର ଜନତାଙ୍କୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି । ଆମର ଷ୍ଟାଣ୍ଡ୍‌ ହେଉଛି ଯେ ପଶ୍ଚିମବଙ୍ଗରେ CAA ଲାଗୁ ହେବନାହିଁ । ଏନ୍‌ଆର୍‌ସି ଏବଂ UCC ବି ଲାଗୁ ହେବାକୁ ଦେବୁ ନାହିଁ । ଇଣ୍ଡିଆ ବ୍ଲକ୍‌ର ଅଂଶ ରୂପେ କେନ୍ଦ୍ରରେ ତୃଣମୂଳ ସରକାର ଗଠନ ହେଲେ, ଏହିସବୁ ପ୍ରତିଶ୍ରୁତି ପୂରଣ କରାଯିବ ।

ଇସ୍ତାହାରପତ୍ର ମୁତାବକ, ଯଦି କେନ୍ଦ୍ରରେ ଇଣ୍ଡିଆ ବ୍ଲକ୍ ସରକାର ଗଠନ ହୁଏ, ତେବେ ସମସ୍ତ ବିପିଏଲ୍ ପରିବାର ଗୋଟିଏ ବର୍ଷରେ ୧୦ଟି ସିଲିଣ୍ଡର ମାଗଣା ପାଇବେ । ଦୁଆରେ ରାସନ ଯୋଜନାକୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରାଯିବ ଏବଂ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ତାଙ୍କ ବାସସ୍ଥାନରେ ୫ କିଲୋ ମାଗଣା ରାସନ ପ୍ରଦାନ କରାଯିବ ।

୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ଦିଆଯିବ । ଲକ୍ଷ୍ମୀ ଭଣ୍ଡାର ଯୋଜନା ଜାତୀୟ ସ୍ତରରେ ଲାଗୁ ହେବ, ଯେଉଁଥିରେ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାସିକ ରାଶି ପ୍ରଦାନ କରାଯିବ । ସମସ୍ତ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କଭର ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.