ସବୁଠି ରାମ ନାମ; ଭଦ୍ରକରେ ଚାଲିଛି ଶ୍ରୀରାମ ମହାଯଜ୍ଞ

ପବିତ୍ର ରାମ ନବମୀ ମହୋତ୍ସବ ପାଇଁ ଉତ୍ସବ ମୁଖର ଭଦ୍ରକ ସହର । ଐତିହାସିକ ଗାନ୍ଧୀ ପଡିଆରେ ଚାଲିଛି ଶ୍ରୀରାମ ମହା ଯଜ୍ଞ । କିଛି ସମୟ ପରେ ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରିବ ।

ଭଦ୍ରକ (କେନ୍ୟୁଜ୍‌): ପବିତ୍ର ରାମ ନବମୀ ମହୋତ୍ସବ ପାଇଁ ଉତ୍ସବ ମୁଖର ଭଦ୍ରକ ସହର । ଐତିହାସିକ ଗାନ୍ଧୀ ପଡିଆରେ ଚାଲିଛି ଶ୍ରୀରାମ ମହା ଯଜ୍ଞ । କିଛି ସମୟ ପରେ ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏଥିରେ ବିଭିନ୍ନ ଅଂଚଳ ରୁ ଶହେରୁ ଅଧିକ ମେଢ଼ ସାମିଲ ହେବ । ଏଥିପାଇଁ ସମଗ୍ର ସହର ଗେରୁଆମୟ ହୋଇଛି  । ନଗର ସଂକୀର୍ତନ ଶୋଭାଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ୪ ଜଣ ଅତିରିକ୍ତ ଏସପି, ୨୦ ଜଣ ଡିଏସପି, ୨୯ ଜଣ ଇନ୍ସପେକ୍ଟର, ୧୪୦ ଜଣ ଏସଆଇ ଏବଂ ଏଏସଆଇ ଓ ୧୫୦ ଜଣ କନେଷ୍ଟବଳ ଓ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି । ସେହିପରି ଏକ କମ୍ପାନୀ ବିଏସଏଫ ଏବଂ ଏକ କମ୍ପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.