ଅହମଦାବାଦ-ବଡୋଦରା ଏକ୍ସପ୍ରେସ ୱେରେ ଟ୍ରେଲର ପଛରେ ପଶିଲା କାର, ୧୦ ମୃତ

ଗୁଜରାଟର ଅହମଦାବାଦ ବଡୋଦରା ଏକ୍ସପ୍ରେସ ୱେ କାରଟି ବଡୋଦରାରୁ ଅହମଦାବାଦ ଯାଉଥିଲା । ଏହି ସମୟରେ ଏକ ଟ୍ରେଲର ପଛରେ ପଶିଯାଇଥିଲା କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ଥିବା ୧୦ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ଗୁଜରାଟର ଅହମଦାବାଦ ବଡୋଦରା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରେଲ ପଛରେ କାର ପଶିବା ଯୋଗୁଁ କାରରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି କାର ବଡୋଦରାରୁ ଅହମଦାବାଦ ଯାଉଥିଲା । ଦୁର୍ଘଟଣା ଅହମଦାବାଦର ବଡୋଦରା ଏକ୍ସପ୍ରେସେଓ୍ଵର ନଡିୟାଦ ପାଖରେ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ଥିବା ସମସ୍ତ ୧୦ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ଖବର ମୁତାବକ, କାରଟି ବଡୋଦରାରୁ ଅହମଦାବାଦ ଯାଉଥିଲା । ଏହି ସମୟରେ ଏକ ଟ୍ରେଲର ପଛରେ ପଶିଯାଇଥିଲା କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ଥିବା ସମସ୍ତ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ତୁରନ୍ତ ପୋଲିସକୁ ଖବର ଦିଆଯିବା ପରେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ୨ଟି ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ଏକ୍ସପ୍ରେସ େଓ୍ଵ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା । ସମସ୍ତ ମୃତଦେହକୁ ଜବତ କରି ହସପିଟାଲକୁ ପଠାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅକ୍ଟୋବର ୨୦୨୩ରେ ଗୁଜରାଟ-ରାଜସ୍ଥାନର ବର୍ଡରରେ ରତନପୁର ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏଥିରେ ୯ ଜଣଲୋକଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ଏକ ଜିପରେ ବ୍ରେକ ଫେଲ ହେବାକୁ ଯୋଗୁଁ ଟ୍ରକ ସହିତ ଧକ୍କା ହୋଇଥିଲା ।

ବିହାର ରାଜଧାନୀ ପାଟନାରେ କ୍ରେନ ଓ ଅଟୋ ଧକ୍କା ହେବା ଫଳରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ପାଟନାର ନ୍ୟୁ ବାଇପାସ୍‌ କଙ୍କଡବାଗ ଥାନାରେ ଅଞ୍ଚଳରେ ରାମ ଲଖନ ପଥରେ ଭୋର ୩.୪୪ ମିନିଟ ସମୟରେ ମେଟ୍ରୋ ବାଇପାସ୍‌ ନିକଟରେ କାମ କରୁଥିବା କ୍ରେନ ସହିତ ଅଟୋ ଧକ୍କା ହୋଇଥିଲା । ଅଟୋଟି ପୁରୁଣା ବସ୍‌ ଷ୍ଟାଣ୍ଡ ତରଫରୁ ଆସୁଥିଲା । ଅଟୋରେ ୮ ଜଣ ଲୋକ ରହିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୪ ଜଣ ଚିକିତ୍ସା ବେଳେ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.