ଲଞ୍ଚ ହେଲା Vivoର ଏହି ଦମଦାର ଫୋନ୍‌, ୧୫ ହଜାର ଟଙ୍କାରୁ ବି କମ୍‌ ରହିଛି ଦାମ୍‌

ଯଦି ଆପଣ ୧୫,୦୦୦ ଟଙ୍କା ବଜେଟରେ ଏକ ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ Vivo ଆପଣଙ୍କ ପାଇଁ ଆଣିଛି ଏକ ଦମଦାର ମଡେଲ ।

ଯଦି ଆପଣ ୧୫,୦୦୦ ଟଙ୍କା ବଜେଟରେ ଏକ ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ Vivo ଆପଣଙ୍କ ପାଇଁ ଆଣିଛି ଏକ ଦମଦାର ମଡେଲ । Vivo T3X 5G ସ୍ମାର୍ଟଫୋନର ଦମଦାର ଫିଚର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୟୁଜର୍ସମାନେ ଏହି ଡିଭାଇସରେ ଡୁଆଲ୍‌ ଷ୍ଟେରିଓ ସ୍ପିକର ଏବଂ 4K ଭିଡିଓ ରେକର୍ଡିଂ ଭଳି ଫିଚର ପାଇବେ । ଫୋନକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ ଏହି ଡିଭାଇସକୁ IP64 ରେଟିଂ ମଧ୍ୟ ମିଳିଛି । ତେବେ ଆସନ୍ତୁ ଜାଣିବା ଏହି 5G ସ୍ମାର୍ଟଫୋନ୍ ପାଇଁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Vivo T3X 5G ସ୍ପେସିଫିକେସନ୍‌ :
ଡିସପ୍ଲେ : ଏହି Vivo ଫୋନରେ ୬.୭୨ ଇଞ୍ଚର ଫୁଲ୍- HD ପ୍ଲସ୍ ଅଲ୍ଟ୍ରା ଭିଜନ୍ ଡିସପ୍ଲେ ଅଛି, ଯେଉଁଥିରେ ୧୦୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଅଛି । ୧୨୦ Hz ରିଫ୍ରେସ୍‌ ରେଟ୍‌ ସପୋର୍ଟ ସହିତ ଆପଣ ଏହି ଫୋନ୍ ପାଇବେ ।
ପ୍ରୋସେସର୍: ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଭିଭୋ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬ ଜେନେରେସନ୍ ୧ ପ୍ରୋସେସର୍ ବ୍ୟବହାର କରାଯାଇଛି ।
RAM: ଫୋନରେ ୮ GB RAM ଦିଆଯାଇଛି, କିନ୍ତୁ ଆପଣ ୮ GB ଭର୍ଚୁଆଲ୍ RAM ସାହାଯ୍ୟରେ ଷ୍ଟୋରେଜକୁ ୧୬ GB ପର୍ଯ୍ୟନ୍ତ ବଢ଼ାଇପାରିବେ । ଏହା ବ୍ୟତୀତ ଏହି ଡିଭାଇସରେ ସମସ୍ତ ପ୍ରକାରର ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଷ୍ଟୋର କରିବା ପାଇଁ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି, ଯାହା ମାଇକ୍ରୋ SD କାର୍ଡ ସାହାଯ୍ୟରେ ୧ ଟିବି ପର୍ଯ୍ୟନ୍ତ ବଢ଼ାଇ ହେବ ।
କ୍ୟାମେରା ସେଟଅପ୍: ଫୋନର ରିୟର ସାଇଡରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସେନ୍ସର ସହିତ ୮ ମେଗାପିକ୍ସେଲର ପୋଟ୍ରେଟ୍ କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନର ଫ୍ରଣ୍ଟରେ ଏକ ୮ ମେଗାପିକ୍ସେଲ ପୋଟ୍ରେଟ୍ କ୍ୟାମେରା ସେନ୍ସର ରହିଛି ।
ବ୍ୟାଟେରୀ: ଫୋନରେ ୬୦୦୦ mAh ର ପାଓ୍ଵାରଫୁଲ୍‌ ବ୍ୟାଟେରୀ ଦିଆଯାଇଛି ଯାହା ୪୪ ୱାଟ ଫାଷ୍ଟ ଚାର୍ଜକୁ ସପୋର୍ଟ କରେ ।

ଭିଭୋ ଏହି ଲାଟେଷ୍ଟ ସ୍ମାର୍ଟଫୋନର ତିନୋଟି ଭାରିଆଣ୍ଟ ଲଞ୍ଚ କରିଛି, ୪ GB RAM ସହିତ ୧୨୮ GB ଷ୍ଟୋରେଜ୍ ଥିବା ଭାରିଆଣ୍ଟର ଦାମ୍‌ ୧୩,୯୯୯ ଟଙ୍କା । ୬ GB RAM ସହିତ ୧୨୮ GB ଷ୍ଟୋରେଜ୍ ଥିବା ମଡେଲର ଦାମ୍‌ ୧୪,୯୯୯ ଟଙ୍କା ରହିଛି । ତେବେ ଏହି ଫୋନର ୮ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟ କିଣିବା ପାଇଁ ଆପଣଙ୍କୁ ୧୬,୪୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.