ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁକୂଳ ହୋଇଛି ରଥ କାଠ ଚିରଟ

ପବିତ୍ର ରାମନବମୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଅନୁକୂଳ ହୋଇଛି ରଥ କାଠ ଚିରଟ । କଟକ ଖପୁରୀଆ ସ୍ଥିତ କରତକଳରେ ପୁରୀ ଶ୍ରୀମନ୍ଦିରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆସି କଟକରେ ପହଞ୍ଚି ଥିଲେ।

କଟକ (କେନ୍ୟୁଜ୍‌): ପବିତ୍ର ରାମନବମୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଅନୁକୂଳ ହୋଇଛି ରଥ କାଠ ଚିରଟ । କଟକ ଖପୁରୀଆ ସ୍ଥିତ କରତ କଳରେ ପୁରୀ ଶ୍ରୀମନ୍ଦିରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆସି କଟକରେ ପହଞ୍ଚି ଥିଲେ। ରଥ ତତ୍ତ୍ୱବାଧାରକ, ଭୋଇ ସର୍ଦାର, ରଥ ଅମିନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ରଥ କାଠ ଚିରଟ ଅନୁକୂଳ କରିଛନ୍ତି । ସ ମିଲରେ ରୀତିନୀତି ଅନୁଯାୟୀ ସାମୂହିକ କୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯିବା ପରେ ରଥ କାଠ ଚିରଟ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ତିନିଟି ବାର ଫୁଟ ଲମ୍ବର ଧଉଡା କାଠ ଚିରା ଯାଇଥିଲା। ତିନି ରଥ ନିର୍ମାଣରେ ଧଉଡା, ଅସନ, ଫାଶୀ, ରାଇ, ମଇ, ଆମ୍ବ ଆଦି କାଠର ବ୍ୟବହାର କରାଯାଇଥାଏ। ତିନି ରଥ ପାଇଁ ମୋଟ ୯ ହଜାର ୫ ଶହ ସିଫ୍ଟ କାଠର ଆବଶ୍ୟକ ହୋଇଥାଏ । ଏବେ ୪ ହଜାର ୫ ଶହ ସିଫ୍ଟ କାଠ ମହଜୁଦ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.