ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ ତାକୁ ନିଜର ଅସଲି ରୂପ ଦେଖାଉଛି ।

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ ତାକୁ ନିଜର ଅସଲି ରୂପ ଦେଖାଉଛି ।

ଲୋକଙ୍କ କହିବା ହେଲା, ସାଧାରଣତଃ ବାଘ ଦେଖିଲେ ସମସ୍ତେ ଡରି ଛାନିଆ ହୋଇଯାଆନ୍ତି । କିନ୍ତୁ ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି, ସେଥିରେ ବାଘଟି କେଉଁଭଳି ଭାବେ ଲାଙ୍ଗୁଡ଼ ଯାକି ଡରି ପଳାଉଛି, ତାହା ଦେଖିବାକୁ ମିଳୁଛି । ଭିଡିଓ ଅନୁସାରେ, ବାଘଟି ଆକ୍ରମଣ ଉଦ୍ଦେଶ୍ୟରେ ଏକ ସ୍ଥାନରେ ବସିଥିବା ଭାଲୁ ପାଖରେ ପହଞ୍ଚୁଛି ।

ଯେମିତି ବାଘ ଭାଲୁ ପାଖକୁ ଯାଉଛି, ଗୋଟିଏ ମୁହୂର୍ତ୍ତରେ ଏପରି ଲାଗୁଛି, ଯେପରି ବାଘଟି ଭାଲୁକୁ ଆକ୍ରମଣ କରିବ । ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ କିଛି ପର୍ଯ୍ୟଟକ ମଧ୍ୟ ଥିଲେ । ତେବେ କିଛି ସମୟ ପରେ ଏପରି ହୋଇଥିଲା କି, ପର୍ଯ୍ୟଟକ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭାଲୁ ତା’ର ଉଗ୍ର ରୂପ ଦେଖାଇଥିଲା, ଯାହାକୁ ଦେଖି ବାଘ ଡରିଯାଇଥିଲା । ଦୁଇଟି ଗୋଡ଼ରେ ଛିଡ଼ା ହୋଇ ଭାଲୁ ସିଧା ବାଘକୁ ଚ୍ୟାଲେଞ୍ଜ କରିଥିଲା । ଭାଲୁର ଉଗ୍ର ରୂପ ଦେଖି ବାଘ ଲାଙ୍ଗୁଡ଼ ଯାକି ସେଠାରୁ ପଳାଇ ଯାଇଥିଲା । ଆଗରେ ବାଘ ଦୌଡ଼ୁଥିଲା, ପଛରେ ଦୁଇଟି ଗୋଡ଼ରେ ଭାଲୁ ତାକୁ ଗୋଡ଼ାଉଥିଲା । ଏହି ଘଟଣାକୁ ସେଠାରେ ଉପସ୍ଥିତ କିଛି ପର୍ଯ୍ୟଟକ ନିଜ ମୋବାଇଲ କ୍ୟାମେରାରେ କଏଦ କରି ନେଇଥିଲେ ।

ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିବା ବାଘକୁ ଭାଲୁ କୌଣସି ବି ପରିସ୍ଥିତିରେ ଛାଡ଼ି ନ ଥିଲା । ଭାଲୁର ଏପରି ରୂପ ଦେଖି ଶେଷରେ ବାଘକୁ ସେଠାରୁ ପଳାଇ ଯିବାକୁ ପଡ଼ିଥିଲା । ଟୁରିଷ୍ଟ୍‍ ବାପୁ ଗାଁଓତୁରେ ନିଜ ମୋବାଇଲରେ ଏହି ଦୃଶ୍ୟ କଏଦ କରିଥିଲେ, ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.