ରାମେଶ୍ୱରମ କାଫେ ବିସ୍ଫୋରଣ : ସନ୍ଦିଗ୍ଧଙ୍କ ନାମରେ ୨୦ ଲକ୍ଷର ପୁରସ୍କାର ଘୋଷଣା କଲା ଏନଆଇଏ

ବେଙ୍ଗାଲୁରୁର ରାମେଶ୍ୱରମ କାଫେର ହୋଇଥିବା ବିସ୍ଫୋରଣ ଦୁଇ ସନ୍ଦିଗ୍ଧଙ୍କ ନାମରେ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏବେ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।

ବେଙ୍ଗାଲୁରୁର ରାମେଶ୍ୱରମ କାଫେର ହୋଇଥିବା ବିସ୍ଫୋରଣ ଦୁଇ ସନ୍ଦିଗ୍ଧଙ୍କ ନାମରେ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏବେ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଏମାନଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ପୁରସ୍କାର ପ୍ରଦାନ କରାଯିବ ।

ଏନଆଇଏ ପୁରସ୍କାର ଘୋଷଣା କରିବା ସହ ଦୁଇ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଛି । ଅଭିଯୁକ୍ତ ମୁସାବୀର ହୁସେନ ଶାଜିବ, ଅବଦୁଲ ଅହମଦ କାଫେ ଭିତରେ ଆଇଇଡି ରଖିବା ସହ ବିସ୍ଫୋରଣ କରିଥିଲା । ତେବେ ଏମାନେ ହିନ୍ଦୁ ନାମରେ ନକଲି ପରିଚୟ ପତ୍ର ବ୍ୟବହାର କରୁଥିଲେ । ଏନଆଇଏ ସନ୍ଦେହ କରୁଛି କି, ଏମାନେ ନକଲି ପରିଚୟ ପତ୍ର ବ୍ୟବହାର କରି ହୋଟେଲ, ଷ୍ଟେ ହୋମ, କିମ୍ବା ଲୋ ବଜେଟ ହୋଟେଲରେ ଥିବା ଅନୁମାନ କରାଯାଉଛି ।

ଯଦି ଏମାନଙ୍କ ସମ୍ପର୍କରେ କେହି ଖବର ପାଆନ୍ତି, ତା’ହେଲେ ଏନଆଇକୁ [email protected]କୁ ଇ-ମେଲ କିମ୍ବା କଲ କରି ସୂଚନା ଦେଇ ପାରିବେ । ସୂଚନାଦାତାଙ୍କ ପରିଚୟ ଅତ୍ୟନ୍ତ ଗୋପନ ରହିବ । ପ୍ରତି ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରହିଛି ।

ଏନଆଇଏ ଯାଂଚରେ ଖୁଲାସା କରିଛି କି, ଅଭିଯୁକ୍ତଙ୍କ ଘରେ ରେଡ କରି ଡିଜିଟାଲ ଡିଭାଇସ ଏବଂ ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବାହାରେ  ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ୭-୮ଟି ଟିମ ଗଠନ କରିଥିଲା । ସିସିଟିଭି ଯାଞ୍ଚ୍ କରିବାରୁ ଜଣେ ବ୍ୟକ୍ତି ଏକ ଧଳା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍ ପକାଇ ଓ ମୁଣ୍ଡରେ ଟୋପି ଧଳା ପିନ୍ଧି କାଫେ ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା ।

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା । ସନ୍ଦିଗ୍ଧ ଜଣକ ୧୧.୩୦ରେ କାଫେକୁ ଯାଇଥିଲା । ଏହାପରେ ୧୧.୩୮ ଇଡଲି ଖାଇବାକୁ ଅର୍ଡର ଦେଇଥିଲା । ଏହାପରେ ୧୧.୪୪ରେ ହାତ ଧୋଇବା ବାହାନାରେ ବେସିନ ପାଖକୁ ଯାଇ ଆଇଇଡି ଭର୍ତ୍ତି ବ୍ୟାଗକୁ ରଖିଥିଲା । ୧୨.୫୬ରେ ଏହା ବିସ୍ଫୋରଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.