ରାଜ୍ୟ

ବିଏମସିର ଶେଷ କର୍ପୋରେସନ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୋର ଧରିଲା ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ) ଏବର୍ଷ ବିଏମସିର ଶେଷ କର୍ପୋରେସନ ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା। କୌଣସି ଥଇଥାନ ବ୍ୟବସ୍ଥା ନକରି ଅନେକ ଉଠା ଦୋକାନୀ ସହ ବସ୍ତି ଘର ଗୁଡ଼ିକୁ ଉଚ୍ଛେଦ କରାଚାଲିଛି। ବିନା ଥଇଥାନରେ ଉଠାଦୋକାନୀ କି ବସ୍ତି ଉଛେଦ ନ କରିବା ପାଇଁ ସାଂସଦ ଆଜିର ବୈଠକରେ ସ୍ପଷ୍ଟ ଭାବେ ଦାବି କରିଛନ୍ତି। ଭୁବନେଶ୍ଵରର ସମସ୍ତ ପୋଖରୀ ପୁନଃରୁଦ୍ଧାର, ଡ୍ରେନେଜ ସମସ୍ୟାର ସମାଧାନ ସହ ସମସ୍ତ ଡ୍ରେନକୁ ଗଙ୍ଗୁଆ ସହ ଯୋଡିବା ପାଇଁ ମାଷ୍ଟର ପ୍ଲାନ କରିବା ପାଇଁ ସେ ମତ ରଖିଛନ୍ତି।

ପ୍ରତି ୱାର୍ଡରେ ପାର୍କ ସହ ଜିମ୍‌ ପ୍ରତିଷ୍ଠା, ମଶାଙ୍କ ଉପଦ୍ରବ କମାଇବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ଓ ବିଏମସି ପକ୍ଷରୁ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ପ୍ରସ୍ତୁତ କରିବା ପାଇଁ ସାଂସଦଙ୍କ ଅପରାଜିତ ଷଡ଼ଙ୍ଗୀ ବିଏମ୍‌ସି କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଛନ୍ତି । ସେପଟେ ସାଂସଦ ଦେଇଥିବା ପ୍ରସ୍ତାବ ଉପରେ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ସେପଟେ ପଦା ସାହି, ପଟିଆ ଓ ବିଏସଏନଏଲ ଷ୍ଟେସନ ନିକଟରେ ରେଲ ଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗରେ ବିଏମସି ବୈଠକରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ ସାଂସଦଙ୍କୁ ପ୍ରଶ୍ନ କରିଥିଲେ। ବୈଠକ ଆରମ୍ଭରୁ ହଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago