ରାଜ୍ୟ

ଗରିବ ଝିଅର ଦୁଃଖ ବୁଝିଲେ ସାଂସଦ, ଏବେ +୩ ପାଠ ପଢ଼ିବ ଦମୟନ୍ତୀ

ପାଟଣାଗଡ (କେନ୍ୟୁଜ) : ଏବେ +୩ ପାଠ ପଢ଼ିବ ଦମୟନ୍ତୀ । ବାପ ଛେଉଣ୍ଡ ଦମୟନ୍ତୀ ଯିବ କଲେଜ୍‌ । +୨ ପାସ କଲାପରେ ପଢିବାକୁ ପ୍ରବଳ ଇଛା ଥିଲେ ମଧ୍ୟ ଅର୍ଥାଭାବ ପାଇଁ +3 ରେ ନାଁ ଲେଖାଇ ନ ପାରୁ ନଥିଲା ଦମୟନ୍ତୀ । ଯାହା ବିଷୟରେ ଖବର ପାଇ ମାତ୍ରକେ କଲେଜକୁ ଯାଇ ନିଜେ ଫୀ ଦାଖଲ କରିବା ଓ ଆଗକୁ ମଧ୍ୟ ପାଠ ପଢ଼ାରେ ସାହାଯ୍ୟ କରିବା ସହିତ ତାଙ୍କ ପରିବାର ର ସୁବିଧା ପାଇଁ ଉପଜିଲ୍ଲାପାଳ ଙ୍କୁ ସୁପାରିଶ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁର ଦମୟନ୍ତୀ ପର୍ଟିଆ ଗତ ବର୍ଷ ବାପା ସହଦେଵ ପର୍ଟିଆ ଆରପାରିକୁ ଚାଲି ଯାଇଥିବା ବେଳେ ମା ସରସ୍ବତୀ ଏବେ ରୋଗଗ୍ରସ୍ତ, ପରିବାର କହିଲେ ପାଞ୍ଚ ଭଉଣୀ ଓ ରୋଗୀଣା ମା । ବଡଭଉଣୀ ବିବାହ କରି ସାରିଥିବା ବେଳେ ବର୍ତମାନ ପରିବାରରେ ଚାରି ଭଉଣୀ ଓ ମା । ପରିବାରରେ ରୋଜଗାର କରିବା ପାଇଁ କେହି ନଥିବା ବେଳେ ସରକାରୀ ସୁବିଧା ଭାବରେ ପାଉଛନ୍ତି କେବଳ ୨୫ କିଲୋ ଚାଉଳ । ସେହି ୨୫ କିଲୋ ଚାଉଳରେ ପାଞ୍ଚପ୍ରାଣୀ କୁଟୁମ୍ବ ଦୁଖେକଷ୍ଟେ ଓଳିଏ ଖାଇ ଓଳିଏ ଉପବାସ ରେ ଚଳୁଥିବା ବେଳେ ମଝିଆଁ ଝିଅ ଦମୟନ୍ତୀ ଗତବର୍ଷ +୨ ପରୀକ୍ଷା ରେ ୫୨% ମାର୍କ ରଖି ପାସ କରିଥିବା ବେଳେ +୩ ପଢିବା ପାଇଁ ପ୍ରବଳ ଇଛା ଥିଲେ ମଧ୍ୟ ଅର୍ଥାଭାବରୁ ପାଠ ପଢ଼ାରେ ଡୋରି ଲାଗିବାକୁ ଯାଉଥିଲା ।

ଦମୟନ୍ତୀ ଙ୍କ ପାଠ ପଢିବା ପାଇଁ ପ୍ରବଳ ଇଛା ଥିବା ଜାଣି +୨ କଲେଜର ଓଡ଼ିଆ ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା ଝିଅର ଅସୁବିଧା ବିଷୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଜଣାଇ ଥିଲେ । ରାଜ୍ୟସଭା ସାଂସଦ ଖବର ପାଇବାକ୍ଷଣି କଲେଜରେ ପହଞ୍ଚି ପ୍ରିନସିପାଲଙ୍କ ସହ ଆଲୋଚନା କରିବା ସହିତ ନିଜସ୍ୱ ପାଣ୍ଠି ରୁ ଝିଅ ର ନାଁ ଲେଖାବା ପାଇଁ ଟଙ୍କା ଦେଇଥିଲେ ଓ ଦମୟନ୍ତୀ ତାଙ୍କ ପରିବାରର ଦୁଃଖ ବିଷୟରେ ଜଣାଇବା ପରେ ଉପଜିଲ୍ଲାପାଳ ଙ୍କୁ ତାଙ୍କ ପରିବାର ବିଷୟରେ ବୁଝି ଉପଯୁକ୍ତ ପଦକ୍ଷେପ ନେବାପାଇଁ ସୁପାରିଶ କରି ଛନ୍ତି । ଗରିବ ଝିଅଟିର ପାଠପଢିବା ପାଇଁ ପ୍ରବଳ ଇଛାକୁ ପୁରଣ କରିବା ପାଇଁ ସହଯୋଗର ହାତ ବଢ଼ାଇ ଥିବାରୁ ରାଜ୍ୟସଭା ସାଂସଦଙ୍କୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

6 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

12 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

42 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

49 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago